fbpx

UGC ଜାରି କଲା ନୂଆ ଚେକ୍ ଲିଷ୍ଟ: ଏଣିକି ବିଶ୍ୱବିଦ୍ୟାଳୟମାନେ ନିଜ ୱେବସାଇଟରେ ୧୧ ପ୍ରକାର ସୂଚନା ପ୍ରଦାନ କରିବେ

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନିୟମିତ ଭାବେ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ଏହା ମଧ୍ୟରେ ୟୁଜିସି ପକ୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନଙ୍କ ପାଇଁ ଏକ ନୂଆ ଚେକ ଲିଷ୍ଟ ଜାରି କରାଯାଇଛି । ବିଶ୍ୱବିଦ୍ୟାଳୟର ୱେବସାଇଟକୁ ବିଶ୍ଲେଷଣ କରାଯିବା ପରେ ଆୟୋଗ ଏହି ଲିଷ୍ଟ ଜାରି କରିଛନ୍ତି । ଏଣିକି ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ଏନେଇ ଅପଡେଟ୍ କରିବାକୁ ପଡ଼ିବ ।

ଛାତ୍ରଛାତ୍ରୀ, ଅଭିଭାବକ, ରିସର୍ଚ୍ଚ ସ୍କଲାର୍ସ, ସରକାରୀ ଅଧିକାରୀ ଓ ପୂର୍ବ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଶ୍ୱବିଦ୍ୟାଳୟର ୱେବସାଇଟରୁ ତଥ୍ୟ ପ୍ରାପ୍ତ କରିବା ନେଇ ସମସ୍ୟାର ସାମ୍ନା କରିଥିଲେ । ତେଣୁ ଏଭଳି ସମସ୍ୟାକୁ ଧ୍ୟାନରେ ରଖି ୱେବସାଇଟକୁ ଅପଡେଟ କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ମିଶନ ମୋଡ଼ରେ କାମ କରିବାକୁ ଆୟୋଗଙ୍କ ପକ୍ଷରୁ କୁହାଯାଇଛି । ଚେକଲିଷ୍ଟରେ ୧୧ଟି କ୍ୟାଟୋଗୋରୀ ବିଷୟରେ କୁହାଯାଇଛି । ଆଡମିଶନ ଫର୍ମୂଲା ପ୍ରସ୍ତୁତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଛାତ୍ରଛାତ୍ରୀଙ୍କୁ ଜରୁରୀ ଟେଲିଫୋନ ନମ୍ବର, ୱେବସାଇଟ ଓ ବିଶ୍ୱବିଦ୍ୟାଳୟ ଲୋକପାଳ ବିଷୟରେ ସବୁ ତଥ୍ୟ ଜଣାଥିବା ଦରକାର ।

ବିଶ୍ୱବିଦ୍ୟାଳୟମାନେ ନିଜ ୱେବସାଇଟରେ ନାମଲେଖା ପ୍ରକ୍ରିୟା, ଫିସ ଓ ରିଫଣ୍ଡ ପଲିସୀ, ସୁବିଧା, ବିକାଶ ପ୍ଲାନ, ସହଯୋଗ, ପ୍ରଶାସନ, ଏକାଡେମିକ୍ସ, କ୍ୟାମ୍ପସରେ ସଦଭାବ, ବିଦେଶୀ ସହଯୋଗ, ପଣ୍ଟେଣ୍ଟ, ଇଣ୍ଡଷ୍ଟ୍ରି ସହଯୋଗ, ଫେଲୋଶିପ / ସ୍କଲାରଶିପ, ଏକାଡେମିକ ବ୍ୟାଙ୍କ ଅଫ୍ କ୍ରେଡିଟ, ସାମାଜିକ-ଆର୍ଥିକ ଭାବେ ବଞ୍ଚିକ ଗ୍ରୁପ ସେଲ, ପୂର୍ବ ଛାତ୍ର ସଂଘ, ପୂର୍ବ ଛାତ୍ର ସମନ୍ୱୟ କକ୍ଷ ଆଦି ବିଷୟରେ ଅପଡେଟ୍ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.