fbpx

UGC-NCERT-AICTE ପ୍ରସ୍ତୁତ କରିବେ ଦକ୍ଷତା ବିକାଶ ଫ୍ରେମୱାର୍କ: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ଧନ୍ଦାମୂଳକ ଶିକ୍ଷା

Advertisement

ନୂଆଦିଲ୍ଲୀ: ଶିକ୍ଷାର ଭବିଷ୍ୟତକୁ ନେଇ କେନ୍ଦ୍ର ସରକାର ସର୍ବଦା ପ୍ରୟାସ କରୁଛନ୍ତି । ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁଯାୟୀ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । ନୂଆ ଶିକ୍ଷା ନୀତି ଅନୁସାରେ ଦେଶର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଉଛି । ତେବେ କେନ୍ଦ୍ର ସରକାର ସ୍କୁଲ ଶିକ୍ଷା ପ୍ରଣାଳୀରେ ବୈଷୟିକ ଶିକ୍ଷା ବ୍ୟବସ୍ଥା ଯୋଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ବାବଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି, ନୂଆ ଶିକ୍ଷା ନୀତି ଅନୁସାରେ ୬ଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଧନ୍ଦାମୂଳକ ଶିକ୍ଷାକୁ ସାମିଲ କରାଯିବ । ଏଥିପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି), ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଏବଂ ଜାତୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ମିଳିତ ଭାବେ ଏକ ଫ୍ରେମୱାର୍କ ପ୍ରସ୍ତୁତ କରିବେ । ଜି-୨୦ ସମ୍ମିଳନୀର ଏଜୁକେସନ ୱାର୍କିଂ ଗ୍ରୁପର ତୃତୀୟ ବୈଠକରେ ଶିକ୍ଷାମନ୍ତ୍ରୀ ଏ ବାବଦରେ ସୂଚନା ଦେଇଛନ୍ତି ।

ନୂଆ ଶିକ୍ଷା ନୀତି ଅନୁସାରେ ସ୍କୁଲ ଶିକ୍ଷାରେ ଧନ୍ଦାମୂଳକ କୋର୍ସ ଓ ସିଲାବସ ପ୍ରସ୍ତୁତ କରିବା ପାଇଁ ଏକ ନୂଆ କମିଟି ଗଠନ କରାଯାଇପାରେ । ଏହି କୋର୍ସ କେବେ ଆରମ୍ଭ ହେବ ଓ ଉକ୍ତ କୋର୍ସରେ କ’ଣ ସବୁ ରହିବ ସେନେଇ ସ୍ଥିର କରାଯିବ । ଏଥିପାଇଁ ୟୁଜିସି, ଏଆଇସିଟିଓ ଏବଂ ଏନସିଇଆରଟି ମିଳିତ ଭାବେ କାର୍ଯ୍ୟ କରିବେ । ଜି-୨୦ ଫୋରମର ଏଜୁକେସନନାଲ ମିଟିଂ ଅବସରରେ ସିଙ୍ଗାପୁରରୁ ଆସିଥିବା ପ୍ରତିନିଧିଙ୍କ ସହିତ ଦକ୍ଷତା ବିକାଶ ନେଇ ଆଲୋଚନା ଚାଲିଛି । ଜି-୨୦ ଏଜୁକେସନ ୱାର୍କିଂ ଗ୍ରୁପର ପ୍ରଥମ ବୈଠକ ଚଳିତ ବର୍ଷ ପ୍ରାରମ୍ଭରେ ଚେନ୍ନାଇରେ ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.