ପ୍ରକାଶ ପାଇଲା UGC NET କାର୍ଯ୍ୟସୂଚୀ, ସିବିଟି ମୋଡରେ ପରୀକ୍ଷା ଦେବେ ପ୍ରାର୍ଥୀ

ନୂଆଦିଲ୍ଲୀ: ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(University Grants Commission) ନେଟ୍ ଡିସେମ୍ବର-2024 ପାଇଁ କାର୍ଯ୍ୟସୂଚୀ ଜାରି କରାଯାଇଛି । ଜାନୁଆରୀ 3 ତାରିଖରୁ ଏହି ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ 16 ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । କମ୍ୟୁଟର ବେସ ମୋଡରେ ଏହି ପରୀକ୍ଷା ହେବାକୁ ଥିବା ବେଳେ 85ଟି ବିଷୟରେ ଏହି ପରୀକ୍ଷା ହେବ । 2ଟି ସିଫ୍ଟରେ ଏହି ପରୀକ୍ଷା କରାଯିବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।

ଜାରି କରାଯାଇଥିବା କାର୍ଯ୍ୟସୂଚୀ ଅନୁସାରେ, ଜାନୁଆରୀ 3 ତାରିଖରେ ପବ୍ଲିକ ଆଡମିନିଷ୍ଟ୍ରେସନ, ଅର୍ଥନୀତି, ଶିକ୍ଷା, ବିକଶିତ ଅର୍ଥନୀତି ଏବଂ ବ୍ୟବସାୟ ଅର୍ଥନୀତି ପରୀକ୍ଷା ହେବ । ସେହିପରି 7 ତାରିଖରେ ବାଣିଜ୍ୟ ଏବଂ ଇଂରାଜୀ ପରୀକ୍ଷା ହେବ । 8 ତାରିଖରେ ହିନ୍ଦୀ ଏବଂ ଯୋଗ ପରୀକ୍ଷା ରହିଥିବା ବେଳେ 9 ତାରିଖରେ ଓଡିଆ, ମ୍ୟାନେଜମ୍ୟାଣ୍ଟ,ସଂସ୍କୃତ, ଆୟୁର୍ବେଦ ବାୟୋଲୋଜି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରୀକ୍ଷା ହେବ । ଅନ୍ୟପଟେ 10 ତାରିଖରେ ମନସ୍ତତ୍ବ ବିଜ୍ଞାନ ପରୀକ୍ଷା ରହିଛି । 15 ତାରିଖରେ ସାମ୍ବାଦିକତା ଗଣଯୋଗାଯୋଗ ବିଭାଗ ଏବଂ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । 16 ତାରିଖରେ ସାମାଜିକ ବିଜ୍ଞାନ ଏବଂ ଦର୍ଶନଶାସ୍ତ୍ର ପରୀକ୍ଷା ହେବ । ଯଦି ସବିଶେଷ ସୂଚୀ ଜାଣିବା ପାଇଁ ଚାହୁଁଛନ୍ତି ତେବେ www.ugcnet.nta.ac.in  ଓ୍ବେବସାଇଟକୁ ଯାଇପାରିବେ ।