fbpx

ସେପ୍ଟେମ୍ବରରୁ ଲାଗୁ ହେବ UGCର ନୂଆ ଗାଇଡଲାଇନ୍ସ: ODL ଓ ଅନଲାଇନ୍ ପାଠ୍ୟକ୍ରମରେ ନାମଲେଖା ନିୟମରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ଆସନ୍ତା ମାସରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓପନ ଡିଷ୍ଟାନ୍ସ ଲର୍ଣ୍ଣିଂ (ଓଡିଏଲ) ଓ ଅନଲାଇନ୍ କୋର୍ସରେ ନାମଲେଖା ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ଛାତ୍ରଛାତ୍ରୀମାନେ ଓଡିଏଲ ଓ ଅନଲାଇନ୍ କୋର୍ସ ପାଇଁ ମାନ୍ୟତା ପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଡମିସନ ନେବା ହେଉଛି ୟୁଜିସିର ଏହି ପରିବର୍ତ୍ତନ ପଛର ଉଦ୍ଦେଶ୍ୟ । ଏହାଫଳରେ ଆଡମିସନ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବା ସହ ପାରଦର୍ଶୀ ଆସିବ । ଏଥିସହିତ ଛାତ୍ରଛାତ୍ରୀମାନେ ଠକାମିର ଶିକାର ହେବେ ନାହିଁ ।

ଓଡିଏଲ ଓ ଅନଲାଇନ୍ ପାଠ୍ୟକ୍ରମରେ ପ୍ରବେଶ କରିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ ପ୍ରଥମେ ୟୁଜିସିର ଡିଷ୍ଟାନ୍ସ ଏଜୁକେସନ ବ୍ୟୁରୋ (ୟୁଜିସି-ଡିଇବି) ୱେବ ପୋର୍ଟାଲ https://deb.ugc.ac.in/ କୁ ଯାଇ ନିଜର ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ (ଏବିସି)- ଆଇଡିର ଉପଯୋଗ କରି ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ଓ ଏକ ୟୁନିକ ଡିଇବି-ଆଇଟି ତିଆରି କରିବାକୁ ପଡ଼ିବ । ନୂଆ ନିୟମ ଅନୁସାରେ, ଏଣିକି ଡିଇବି ରେଜିଷ୍ଟ୍ରେସନ ବାଧ୍ୟତାମୂଳକ ହେବ । ଓପନ, ଡିଷ୍ଟାନ୍ସ ଲର୍ଣ୍ଣିଂ ବା ଅନଲାଇନ୍ କୋସ କରୁଥିବା ଛାତ୍ରଛାତ୍ରୀମାନେ ୟୁଜିସିର ୱେବସାଇଟକୁ ଯାଇ ଏକ ଖାସ୍ ପରିଚୟ ନମ୍ବର (ଡିଇବି-ଆଇଡି) ତିଆରି କରିବେ । ଉକ୍ତ ନମ୍ବର ଏକାଡେମିକ ବ୍ୟାଙ୍କ ଅଫ୍ କ୍ରେଡିଟ (ଏବିସି) ଆଇଡି ସହ ସଂଯୋଗ ହେବ । ତେବେ ଏଡି ଆଇଡି କେବଳ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀ । ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଜରୁରୀ ହେବନି ।

Get real time updates directly on you device, subscribe now.