fbpx
BSKY SKY
BSKY SKY

ୟୁଜିସିର ଚେତାବନୀ; ବୈଧ ହେବନି ଏହିସବୁ କଲେଜର ଡିଗ୍ରୀ, ଜାଣନ୍ତୁ କ’ଣ ରହିଛି ପୁରା ମାମଲା

BSKY

ନୂଆଦିଲ୍ଲୀ: ଯଦି ଆପଣ କୌଣସି ବିଦେଶୀ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ ଏଡଟେକ୍ କମ୍ପାନୀ କିମ୍ବା କଲେଜରେ ପଢୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏଥିଲାଗି ୟୁଜିସି ଏକ ଚେତାବନୀ ଜାରି କରିଛି । ୟୁଜିସି ବିଦେଶୀ ବିଶ୍ୱବିଦ୍ୟାଳୟ ସହିତ ସହବନ୍ଧିତ ହୋଇ ଡିଗ୍ରୀ ପ୍ରଦାନ କରୁଥିବା ଏଡଟେକ୍ କମ୍ପାନୀ ଓ କଲେଜକୁ ଚେତାବନୀ ଦେଇଛି । ୟୁଜିସି ପକ୍ଷରୁ କୁହାଯାଇଛି ଏଥିମଧ୍ୟରୁ କୌଣସି ବି ଡିଗ୍ରୀ ବୈଧ ହେବ ନାହିଁ ଓ ଛାତ୍ରଛାତ୍ରୀଙ୍କୁ ଏପରି କୋର୍ସରେ ଆଡମିଶନ ନେବା ବିରୁଦ୍ଧରେ ସତର୍କ କରିଦିଆଯାଇଛି ।

ୟୁଜିସି ସଚିବ ମନୀଷ ଯୋଶି କହିଛନ୍ତି, ଏହା ଦେଖାଯାଇଛି କି ବହୁ ଉଚ୍ଚ ଶିକ୍ଷା ସଂସ୍ଥାନ ଓ କଲେଜ କମିଶନ ଦ୍ୱାରା ମାନ୍ୟତା ମିଳି ନ ଥିବା ବିଦେଶୀ ଆଧାରିତ ଶିକ୍ଷା ଅନୁଷ୍ଠାନ ସହିତ ସହଯୋଗାତ୍ମକ ବୁଝାମଣା କରିଛନ୍ତି ଓ ଛାତ୍ରଙ୍କୁ ବିଦେଶୀ ଡିଗ୍ରୀ ପ୍ରଦାନ କରିବାର ସୁବିଧା ପ୍ରଦାନ କରାଯାଉଛି । ସେ କହିଛନ୍ତି ଏହି ପ୍ରକାର କୌଣସି ବି ସହଯୋଗ ଓ ବ୍ୟବସ୍ଥାକୁ ୟୁଜିସି ଦ୍ୱାରା ମାନ୍ୟତା ମିଳିନାହିଁ । ତେଣୁ ଏପରି ସହଯୋଗ ବ୍ୟବସ୍ଥା ପରେ ଯେଉଁ ଡିଗ୍ରୀ ପ୍ରଦାନ କରାଯାଉଛି ତାହାକୁ କମିଶନ ପକ୍ଷରୁ ଗ୍ରହଣ କରାଯିବ ନାହିଁ ।

ଯୋଶୀ କହିଛନ୍ତି ୟୁଜିସି ନଜରରେ ଏହା ମଧ୍ୟ ଆସିଛି ଯେ, କିଛି ଏଡ୍‌ଟେକ୍ କମ୍ପାନୀ ନ୍ୟୁଜ୍‌ପେପର, ସୋସିଆଲ ମିଡିଆ, ଟେଲିଭିଜନରେ ବିଜ୍ଞାପନ ଦେଉଛନ୍ତି । କିଛି ବିଦେଶୀ ବିଶ୍ୱବିଦ୍ୟାଳୟ ଓ ସଂସ୍ଥା ସହ ମିଶି ଅନଲାଇନ୍ ମୋଡ୍‌ରେ ଡିଗ୍ରୀ କିମ୍ବା ଡିପ୍ଲୋମା କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି । ଏପରି ଫ୍ରାଞ୍ଚାଇଜ୍ ବ୍ୟବସ୍ଥାକୁ ଅନୁମତି ମିଳିବ ନାହିଁ ବୋଲି ଯୋଶୀ କହିଛନ୍ତି । ନିୟମ ଅନୁସାରେ ସମସ୍ତ ଡିଫଲ୍ଟର ଏଡଟେକ୍ କମ୍ପାନୀ ସହିତ ଏଚ୍‌ଇଆଇ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.