fbpx

ଓଡ଼ିଶାରୁ ଗିରଫ ହେଲା କାଶ୍ମୀରୀ ଆତଙ୍କବାଦୀ: ଓଡ଼ିଆ ଝିଅଙ୍କୁ ବିବାହ କରି ଓଡ଼ିଶାରେ କରିଥିଲା ଆତ୍ମଗୋପନ

ଭୁବନେଶ୍ୱର: ଓଡ଼ିଶାରୁ ଆଜି ଜଣେ କାଶ୍ମୀରୀ ଆତଙ୍କବାଦୀ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଗିରଫ ହୋଇଥିବା ଆତଙ୍କବାଦୀର ଲିଙ୍କ ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବିଛି । ତେବେ ଯାଜପୁରର ନେଉଳପୁର ଅଞ୍ଚଳରୁ ଏହି ଆତଙ୍କବାଦୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ତେବେ ଆତଙ୍କବାଦୀଙ୍କ ନାଁ ସୟଦ ଇସାନ ବୁଖାରି ବୋଲି ଜଣାପଡ଼ିଛି । ତେବେ ସୟଦ କାଶ୍ମୀର ପୁଲିସର ମୋଷ୍ଟ ୱାଣ୍ଟେଡ଼ ତାଲିକାରେ ଥିଲେ ।

ସୟଦଙ୍କ ନିକଟରୁ ଅନେକ ନକଲି ବିଦେଶୀ କାଗଜପତ୍ର ଜବତ କରାଯାଇଛି । କେବେ ନିଜକୁ ଡାକ୍ତର ତ’ କେବେ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟର ଅଧିକାରୀ ବୋଲି ନିଜର ପରିଚୟ ଦେଉଥିଲେ ସୟଦ । ତେବେ ଅଭିଯୁକ୍ତଙ୍କର ୬ ରୁ ୭ ଜଣ ସ୍ତ୍ରୀ ଥିବା ଜଣା ପଡ଼ିଛି । ସେ କାଶ୍ମୀର, ୟୁପି, ମହାରାଷ୍ଟ୍ର ସମେତ ଓଡ଼ିଶାରେ ମଧ୍ୟ ବିବାହ କରିଥିବା ଜଣାପଡ଼ିଛି । ସୟଦ ଓଡ଼ିଆ ଝିଅଙ୍କୁ ବିବାହ କରି ଓଡ଼ିଶାରେ ଆତ୍ମଗୋପନ କରିଥିବା ମଧ୍ୟ କୁହାଯାଉଛି । ଏପରିକି ସେ ବିଭିନ୍ନ ୱେବସାଇଟ ଏବଂ ଆପ୍ରେ ଝିଅଙ୍କୁ ଫସାଉଥିବା ଜଣାପଡ଼ିଛି ।

ତେବେ ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ବିଭାଗ ତାଙ୍କର ଯାଜପୁର ସ୍ଥିତ ଘରେ ଚଢ଼ାଉ କରିଥିଲା । ତେବେ ସେଠାରେ ଚଢ଼ାଉ କରି ଏସଟିଏଫ ଅନେକ ଜାଲି ବିଦେଶୀ କାଗଜପତ୍ର ମଧ୍ୟ ସେଠାରୁ ଜବତ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.