fbpx

ଏଣିକି ଆପଣଙ୍କୁ କୌଣସି Aadhaar Card ସେଣ୍ଟରକୁ ଯିବାକୁ ପଡ଼ିବ ନାହିଁ: UIDAI ଲଞ୍ଚ କଲା FaceRD App

ନୂଆଦିଲ୍ଲୀ: ଏଣିକି ଆଧାର କାର୍ଡଧାରୀଙ୍କୁ ଆଉ ଆଧାର ସେଣ୍ଟରକୁ ଧାଇଁବାକୁ ପଡ଼ିବ ନାହିଁ । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ଆଧାର ଫେସଆରଡି ଆପ୍ ଲଞ୍ଚ କରାଯାଇଛି । ଏହାଫଳରେ କାର୍ଡଧାରୀ ଏବେ ନିଜର ଫେସ୍ ପରିଚୟ ଅଥେଣ୍ଟିକେସନ ମାଧ୍ୟମରେ କନଫର୍ମ କରିପାରିବେ । ଏହି ଆପକୁ ଆଣ୍ଡ୍ରଏଡ ୟୁଜର୍ସ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ । ତେବେ ଏହି ଆପ୍ ଫେସ୍ ଅଥେଣ୍ଟିକେସନ ଟେକ୍ନୋଲୋଜି ଜରିଆରେ କୌଣସି ବ୍ୟକ୍ତିଙ୍କ ଫେସ୍କୁ ଲାଇଭ୍ କ୍ୟାଚ କରିପାରିବ ।

ଜୀବନ ପ୍ରମାଣ, ରାଶନ ଡିଷ୍ଟ୍ରିବ୍ୟୁସନ, କୋୱିନ ଭ୍ୟାକ୍ସିନେସନ ଆପ, ସ୍କଲାରସିପ୍ ସ୍କିମ, କିଷାନ କଲ୍ୟାଣ ଯୋଜନା ପରି ବିଭିନ୍ନ ଆଧାର ଅଥେଣ୍ଟିକେସନ ଆପ ପାଇଁ ଏହି ଫେସ୍ ଅଥେଣ୍ଟିକେସନ କରାଯାଇ ପାରିବ । ଏନେଇ ୟୁଆଇଡିଏଆଇ ପକ୍ଷରୁ ଗତ ୧୨ ତାରିଖରେ ଟ୍ୱିଟ୍ କରି ସୂଚନା ଦିଆଯାଇଥିଲା । ଆଧାର ଫେସ୍ ଅଥେଣ୍ଟିକେସନ ଫିଚରର ବ୍ୟବହାର ୟୁଆଇଡିଏଆଇ ଆରଡି ଆପ ମାଧ୍ୟମରେ କରାଯାଇ ପାରିବେ । ବିଭିନ୍ନ ଆଧାର ଅଥେଣ୍ଟିକେସନ ଆପ ପାଇଁ ଏହାର ବ୍ୟବହାର କରାଯାଇ ପାରିବ । ତେବେ ଆଧାର ଫେସ ଅଥେଣ୍ଟିକେସନ ଟେକ୍ନୋଲୋଜିର ଡେଭଲପ୍ ୟୁଆଇଡିଏଆଇ ପକ୍ଷରୁ କରାଯାଇଛି ।

ଏକ ରିପୋର୍ଟ ମୁତାବକ, କାର୍ଡଧାରୀଙ୍କୁ ଏଣିକି ଆଉ ଏନରୋଲମେଣ୍ଟ ସେଣ୍ଟରକୁ ଯାଇ ଫିଜିକାଲ ଆଇଡେଣ୍ଟିଫିକେସନ ପାଇଁ ଆଇରିସ ଓ ଫିଙ୍ଗରପ୍ରିଣ୍ଟ ସ୍କାନ କରିବାର ଆବଶ୍ୟକତା ପଡ଼ିବ ନାହିଁ । ଆପଣ ଆଧାର ଫେସଆରଡି ଆପକୁ ଡାଉନଲୋଡ କରିବା ପରେ ଗାଇଡ୍ ଫଲୋ କରି ପ୍ରୋସିଡ୍ ଉପରେ କ୍ଲିକ୍ କରିବେ । ଫେସ୍ ଅଥେଣ୍ଟିକେସନ ପାଇଁ ଆପଣଙ୍କ ଫେସ୍ ଲାଇଟରେ ରହିବା ସହ ଆପଣଙ୍କର ବ୍ରାକଗ୍ରାଉଣ୍ଟ କ୍ଲିୟର ରହିବା ଜରୁରୀ ।

Get real time updates directly on you device, subscribe now.