fbpx

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ନିଶାସକ୍ତ କରି ଦୁଷ୍କର୍ମ ଅଭିଯୋଗ, ଭିଡିଓ ଭାଇରାଲ

ଉଜ୍ଜୟିନୀ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଜଣେ ମହିଳାଙ୍କୁ ଜୋର ଜବରଦସ୍ତି ମଦ ପିଆଇ ନିଶାସକ୍ତ କରିବା ପରେ ତାଙ୍କ ସହ ଦୁଷ୍କର୍ମ ପରି ଅଭିଯୋଗ ହୋଇଛି । ବୁଧବାର ଉଜ୍ଜୟିନୀର ନାକା ଅଞ୍ଚଳର ଜଣେ ମହିଳାଙ୍କୁ ଅଭିଯୁକ୍ତ ଜୋରଜବରଦସ୍ତି ମଦ ପିଆଇବା ସହ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ପରେ ଘଟଣା ସମ୍ପର୍କରେ କାହାରିକୁ ନ କହିବାକୁ ମଧ୍ୟ ମହିଳାଙ୍କୁ ଧମକ ଚମକ ଦେଇଥିଲା । ଅଭିଯୁକ୍ତ ପୂର୍ବରୁ ମହିଳାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିବା ପୀଡିତା ପୋଲିସକୁ ସୂଚନା ଦେଇଛନ୍ତି ।
ପୋଲିସ ମୁତାବକ, ଅଭିଯୁକ୍ତ ଲୋକେଶ ପୀଡିତାଙ୍କୁ ଜାଣିଥିଲା । ସେ ପୀଡିତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । ଏହା ପରେ ବୁଧବାର ମହିଳାଙ୍କୁ ଜୋରଜବରଦସ୍ତି ମଦ ପିଆଇବା ସହ ବଳାକ୍ରାର କରିଥିଲା । ସେହି ସମୟରେ କିଛି ଲୋକ ସେହି ବାଟରେ ଯାଉଥିବା ବେଳେ ସେମାନେ ମହିଳାଙ୍କୁ ଅଭିଯୁକ୍ତ କବଳରୁ ରକ୍ଷା କରିବା ବଦଳରେ ସେଠାରେ ଠିଆହୋଇ ବଳାକ୍ରାରର ଭିଡିଓ ପ୍ରସ୍ତୁତ କରିଥିଲେ । ଲୋକେଶ ମହିଳାଙ୍କୁ ଛାଡି ସେଠାରୁ ଖସି ପାଳାଇ ଯାଇଥିଲା । କିନ୍ତୁ ଯିବା ପୂର୍ବରୁ ମହିଳାଙ୍କୁ ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇ ଯାଇଥିଲା ।
ଭିଡିଓ କରିଥିବା ଲୋକଙ୍କ ଦ୍ୱାରା ସେହି ଭିଡିଓ ଭାଇରାଲ ହେବାରୁ ଘଟଣା ପୋଲିସ ନଜରକୁ ଆସିଥିଲା । ପରେ ମହିଳାଙ୍କ ନିଶା ଖସିବା ପରେ ସେ ନିଜେ ଯାଇ ଥାନାରେ ଏନେଇ ଅଭିଯୋଗ କରିଥିଲେ । ପୋଲିସ ଭାଇରାଲ ଭିଡିଓ ଓ ମହିଳାଙ୍କ ବୟାନ ଆଧାରରେ ଲୋକେଶକୁ ଗିରଫ କରିଛି ।

 

Get real time updates directly on you device, subscribe now.