fbpx

ବ୍ରିଟେନରେ ବିୟର ବୋତଲରେ ଛପା ହେଲା ହିନ୍ଦୁ ଦେବୀଙ୍କ ଫଟୋ, ଲେବଲ୍ ହଟାଇବାକୁ ଦାବି କଲେ ହିନ୍ଦୁ ବାସିନ୍ଦା

ନୂଆଦିଲ୍ଲୀ: ବ୍ରିଟେନରେ ପୁଣି ଥରେ ହିନ୍ଦୁମାନଙ୍କର ଧାର୍ମିକ ଭାବନା ଆଘାତ ହୋଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏହି ଫଟୋ ଚିତ୍ର ଖୁବ ଭାଇରାଲ ହେବାରେ ଲାଗିଛି। ବ୍ରିଟେନରେ ବିୟର ବୋତଲରେ ହିନ୍ଦୁ ଦେବୀଙ୍କ ଫଟୋ ଭାଇରାଲ ହେବା ପରେ ହିନ୍ଦୁମାନଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି।

ଏହାପରେ ବ୍ରିଟିଶ ବ୍ରୁଇଂ କମ୍ପାନୀ ବ୍ୟାପକ ପ୍ରଦର୍ଶନର ସମ୍ମୁଖୀନ ହୋଇଛି। ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ବ୍ରିଟିଶ କମ୍ପାନୀ ବିଏନ୍ ମ୍ୟାନେଜର ବିୟରରୁ ସେମାନଙ୍କ ଉତ୍ପାଦ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଅଭିଯୋଗ ହୋଇଛି ଯେ କମ୍ପାନୀ ହିନ୍ଦୁ ଦେବୀଙ୍କ ଫଟୋ ସହିତ ବିୟର ବୋତଲ ବିକ୍ରି କରୁଛି ଏବଂ ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ। ଏ ବିଷୟରେ ସୂଚନା ଦେଇ ଏକ ଟୁଇଟର ହ୍ୟାଣ୍ଡେଲରେ ବିଅର କମ୍ପାନୀ କହିଛି ଯେ, ବିଏନ୍ ମଙ୍ଗାର ନାମକ ଏକ କମ୍ପାନୀ ଉତ୍ପାଦ ବିକ୍ରି କରୁଛି ଯାହା ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି। ଏବଂ ବ୍ରିଟେନର ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନେ ପ୍ରତିମୂର୍ତ୍ତୀ ଥିବା ବିୟର ଉତ୍ପାଦକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କହିଛନ୍ତି।

କହି ରଖୁ ଯେ, ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ଏକ ମଦ କମ୍ପାନୀ ଏହାର ଉତ୍ପାଦରେ ହିନ୍ଦୁ ଦେବତାଙ୍କ ଚିତ୍ର ବ୍ୟବହାର କରିଛି। ୨୦୨୧ ମସିହାରେ ଦକ୍ଷିଣ-ପଶ୍ଚିମ ଫ୍ରାନ୍ସରେ ଫ୍ରେଞ୍ଚ ମଦ କମ୍ପାନୀ ଗ୍ରେନେଡ-ସୁର-ଗାରୋନର ଏପରି କାର୍ଯ୍ୟ କରି ବହୁ ସମାଲୋଚନାର ସମ୍ମୁଖୀନ ହୋଇଥିଲା।

Get real time updates directly on you device, subscribe now.