fbpx

ବ୍ରିଟେନ୍ ନିର୍ବାଚନ: ପରାଜୟ ପରେ କ’ଣ କହିଲେ ଋଷି ସୁନକ?

Advertisement

ନୂଆଦିଲ୍ଲୀ: ବ୍ରିଟେନ ସାଧାରଣ ନିର୍ବାଚନରେ କଞ୍ଜର୍ଭେଟିଭ୍ ପାର୍ଟିର ପରାଜୟ ପରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଟେନ୍ ଡାଉନିଂ ଷ୍ଟ୍ରିଟ୍ ବାହାରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ନିଜ ଅଭିଭାଷଣରେ ସେ ଦଶନ୍ଧି ମଧ୍ୟରେ ଦଳର ସବୁଠାରୁ ଖରାପ ପ୍ରଦର୍ଶନ ପାଇଁ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଏହି ପରାଜୟର ଦାୟିତ୍ୱ ମୁଁ ନେଉଛି ବୋଲି ସେ କହିଛନ୍ତି ।

କନଜର୍ଭେଟିଭ୍ ପାର୍ଟିର ୧୪ ବର୍ଷର ଶାସନ କାଳରେ ହାସଲ କରିଥିବା ସଫଳତାକୁ ଉଦାହରଣ ଦେଇ ସୁନକ କହିଛନ୍ତି ଯେ ବ୍ରିଟେନ ୨୦୧୦ ତୁଳନାରେ ଅଧିକ ସମୃଦ୍ଧ ଓ ନିରପେକ୍ଷ ଥିଲା । ଋଷି ସୁନକ ମଧ୍ୟ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମରଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଷ୍ଟାରମରଙ୍କ ସଫଳତାକୁ ସମଗ୍ର ଦେଶ ଅଂଶୀଦାର କରିବ ।

ବ୍ରିଟେନରେ ଲେବର ପାର୍ଟି ୧୪ ବର୍ଷ ପରେ କ୍ଷମତାକୁ ଫେରୁଛି । ସାଧାରଣ ନିର୍ବାଚନରେ ଲେବର ପାର୍ଟି ୪୧୨ଟି ଆସନରେ ବିଜୟୀ ହୋଇଛି । ସଂସଦରେ ସଂଖ୍ୟାଗରିଷ୍ଠତା ପାଇଁ ୩୨୬ ଆସନ ଦରକାର ।

Get real time updates directly on you device, subscribe now.