fbpx

ଋଷ ବିରୁଦ୍ଧରେ ୟୁକ୍ରେନ ନେଲା ବଡ ନିଷ୍ପତ୍ତି : ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟର ଦ୍ୱାରସ୍ଥ ହେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୟୁକ୍ରେନ ବିରୁଦ୍ଦରେ ଋଷ ଆକ୍ରମଣ ଜାରି ରଖିଛି । ସମାଧାନର ପ୍ରାୟ ଅନେକ ରାସ୍ତା ବନ୍ଦ ହେବାକୁ ଯାଉଥିବା ବେଳେ ଋଷ ବିରୁଦ୍ଧରେ ଏକ ବଡ ନିଷ୍ପତ୍ତି ନେଇଛି ୟୁକ୍ରେନ । ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟ(ଓଉଔ)ର ଦ୍ୱାରସ୍ଥ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଏହା ସହିତ ଋଷର ଏପରି ଆଚରଣକୁ ଯୁଦ୍ଧ ନୁହେଁ ବରଂ ନରସଂହାରର ରୂପ ଦେଇଛି ୟୁକ୍ରେନ ।

ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଟ୍ୱିଟ କରି ଏହା କହିଛନ୍ତି ଯେ, ଆକ୍ରୋଶର ଯଥାର୍ଥତା ପାଇଁ ଜାତିସଂଘର ଧାରଣାକୁ ବ୍ୟବହାର କରିବା ଅଭିଯୋଗରେ ଋଷ ଦୋଷୀ ରହିବା ଉଚିତ । ତେବେ ଋଷର ଏହି କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ତୁରନ୍ତ ନିଷ୍ପତ୍ତି ନେବାକୁ ଅନୁରୋଧ କରିଛି ୟୁକ୍ରେନ । କେବଳ ସେତିକି ନୁହେଁ, ୟୁକ୍ରେନ ଉପରେ ୟାକ୍ରମଣ କରିବା ଅଭିଯୋଗରେ ଋଷକୁ ଜାତିସଂଘ ସୁରକ୍ଷା ପରିଷଦରୁ ବତାଡିତ କରିବା ଉଚିତ ବୋଲି ଦାବି କରିଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।

ଉଲ୍ଲେଖଯୋଗ୍ୟ ଯେ, ଅନେକ ବିମାନବନ୍ଦର ଏବଂ ଇନ୍ଧନ ଷ୍ଟେସନ ନଷ୍ଟ କରିବା ପରେ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ପଶିଛି ଋଷ ସେନା । ସହରରେ ସୈନ୍ୟମାନଙ୍କ ସହ ଲଢିବା ସହିତ ସାଧାରଣ ଲୋକମାନଙ୍କୁ ଘରୁ ବାହାରକୁ ନ ଯିବାକୁ ଋଷ ସେନା ଧମକ ଦେଇଥିବା କହିଛନ୍ତି ଖାର୍କିଭ ଆଞ୍ଚଳିକ ପ୍ରଶାସନର ମୁଖ୍ୟ ଓଲେହ ସିନେହୁବୋଭ ।

Get real time updates directly on you device, subscribe now.