fbpx

ୟୁକ୍ରେନ୍ ନାଟୋରେ ସାମିଲ ହେଲେ ହେବ ତୃତୀୟ ବିଶ୍ୱଯୁଦ୍ଧ: ଖୋଲା ଚେତାବନୀ ଦେଲା ଋଷ

Advertisement

ନୂଆଦିଲ୍ଲୀ: ନାଟୋରେ ୟୁକ୍ରେନ୍ ଯୋଗ ଦେଲେ ହେବ ତୃତୀୟ ବିଶ୍ୱଯୁଦ୍ଧ। ଋଷିଆନ କାଉନସିଲିଂର ଜଣେ ଅଧିକାରୀ ଏଭଳି ଖୋଲା ଚ୍ୟାଲେଞ୍ଜ ଦେଇ ବିଶ୍ୱକୁ ଚକିତ କରି ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଆମେରିକା ନେତୃତ୍ୱାଧିନ ନାଟୋ ମିଲିଟାରି ଆଲିଆନ୍ସରେ ୟୁକ୍ରେନ୍ ଯୋଗ ଦିଏ ତେବେ ଘଟଣା କ୍ରମ ନିଶ୍ଚିତ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଗତି କରିବ। ଋଷର ଏଭଳି ଖୋଲା ଚେତାବନୀ ପରେ ବିଶ୍ୱରେ ଭୟ ବଢିବାରେ ଲାଗିଛି। କ୍ରିମିଆକୁ ଯୋଡ଼ୁଥିବା ବ୍ରିଜ୍ ଉପରେ ୟୁକ୍ରେନ୍ ଆକ୍ରମଣ କରିବା ପରେ ଋଷ ଏହାର ରଣନୀତିରେ ପରିବର୍ତ୍ତନ ଆଣିବା ସହ ୟୁକ୍ରେନ୍ ରାଜଧାନୀ କିଭ୍ ଉପରେ ଗମାଘୋଟ୍ ମିଶାଇଲ୍ ମାଡ଼ କରୁଛି।

୩୦ ସେପ୍ଟମ୍ବରକୁ ଭ୍ଲାଦିମିର ପୁଟିନ୍ ସରକାରୀ ଭାବରେ ୟୁକ୍ରେନ୍ ର ୧୮% ଅଞ୍ଚଳକୁ ଋହ ସହିତ ମିଶ୍ରଣ କରିବାର କିଛି ଘଣ୍ଟା ପରେ ୟୁକ୍ରେନ୍ ରାଷ୍ଟ୍ରପତି ନାଟୋର ସଦସ୍ୟତା ପାଇଁ ଆବେଦନ କରିଥିଲେ। ତେବେ ନାଟୋର ସଦସ୍ୟତା ହାସଲ କରିବା ୟୁକ୍ରେନ୍ ପାଇଁ ଦୁର ରହିଛି। କାରଣ ନାଟୋର ୩୦ ସଦସ୍ୟ ରାଷ୍ଟ୍ର ଏଥିପାଇଁ ସହମତି ହେବା ଆବଶ୍ୟକ। ଭେନେଡିକଟୋଭ କହିଛନ୍ତି ଯେ ଆମକୁ ମନେ ରଖିବାକୁ ହେବ ଯେ ଆଣବିକ ବିବାଦ ସମଗ୍ର ବିଶ୍ୱକୁ ପ୍ରଭାବିତ କରିବ – କେବଳ ଋଷ ଏବଂ ସାମୂହିକ ପାଶ୍ଚାତ୍ୟ ନୁହେଁ, ପୃଥିବୀର ସମସ୍ତ ଦେଶ ଏହାଦ୍ୱାରା ପ୍ରବାବିତ ହେବ। ଏହାର ପରିଣାମ ସମସ୍ତ ମାନବଜାତି ପାଇଁ ବିପର୍ଯ୍ୟସ୍ତ ହେବ।

ତେବେ ଋଷ ବାରମ୍ବାର ଏହା ଅଭିଯୋଗ କରିଛି ଯେ, ସୋଭିଏତ ଗଣରାଜ୍ୟରେ ଥିବା ୟୁକ୍ରେନ୍ ଏବଂ ଜର୍ଜିଆ ବଳି ଦେଶକୁ ଆମାରିକା ନାଟୋ ସହିତ ମିଶାଇ ନାଟୋକୁ ବିସ୍ତାର କରିବା ଯୋଜନାର ରହିଛି। ଋଷକୁ ରକ୍ଷା କରିବା ପାଇଁ ପରମାଣୁ ବୋମା ପ୍ରୟୋଗ କରିବା ପାଇଁ ସେ କେବେ ହେଲେ ପଛଘୁଞ୍ଚା ଦେବେ ନାହିଁ। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ, ୧୯୬୨ କ୍ୟୁବା ମିଶାଇଲ ସଙ୍କଟ ପରେ ବିଶ୍ୱ ପୁଣି ଥରେ ବର୍ତ୍ତମାନ ପରମାଣୁ ସଙ୍କଟର ନିକଟବର୍ତ୍ତି ରହିଛି। ନାଟୋ ଆଗାମୀ ସପ୍ତାହରେ ଷ୍ଟିଡଫାସ୍ଟ ନୁନ୍ନ ନାମକ ବାର୍ଷିକ ପରମାଣୁ ପ୍ରସ୍ତୁତି ଅଭ୍ୟାସ ଆରମ୍ଭ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଋଷ ଏବଂ ଆମେରିକା ବିଶ୍ୱର ସବୁଠୁ ବଡ଼ ପରମାଣୁ ଶକ୍ତି ଅଟନ୍ତି। ଏହି ଦୁଇ ଦେଶ ପାଖରେ ବିଶ୍ୱର ୯୦% ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ନିୟନ୍ତ୍ରଣ ରହିଛି।

 

 

Get real time updates directly on you device, subscribe now.