fbpx

ନିଜ ଦେଶର ବାର୍ତ୍ତାକାରଙ୍କୁ ଗୁଳି ମାରିଦେଲେ ୟୁକ୍ରେନ ସେନା

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗିରହିଥିବା ବେଳେ ଆଜି ହେଉଛି ଯୁଦ୍ଧର ଏକାଦଶ ଦିନ । ଏହି ଲଢ଼େଇକୁ ଆଜିକୁ ୧୧ ଦିନ ବିତିଯାଇଛି । କିନ୍ତୁ ଯୁଦ୍ଧ କମିବାର ନାଁ ଧରୁନାହିଁ । ରୁଷ ସେନା ୟୁକ୍ରେନର ବିଭିନ୍ନ ପ୍ରମୁଖ ସହର ଗୁଡ଼ିକୁ ଧ୍ୱଂସ କରିବାରେ ଲାଗିଛନ୍ତି । ଆଉ ଏବେ ରାଜଧାନୀ କିଭ୍ ଆଡ଼କୁ ବଢ଼ିବାରେ ଲାଗିଛନ୍ତି । ଅନ୍ୟପଟେ ଆମେରିକା ନେତୃତ୍ୱରେ ଅନେକ ପଶ୍ଚିମ ଦେଶ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଗୁଡ଼ିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛନ୍ତି ।

ସେହିପରି ଯେତେବେଳେ ନାଟୋ ୟୁକ୍ରେନକୁ ନୋ ଫ୍ଲାଇ ଜୋନ୍ ଘୋଷଣା କରିବା କଥାକୁ ଖଣ୍ଡନ କରିଥିଲା ସେତେବେଳେ ୟୁକ୍ରେନ ରାଷ୍ଟ୍ରପତି ମଧ୍ୟ ନାଟୋ ଉପରେ ଖୁବ୍ ବର୍ଷିଥିଲେ । ତେବେ ଏହିସବୁ ବିବାଦ ମଧ୍ୟରେ ଦେଶଦ୍ରୋହ ଅଭିଯୋଗରେ ୟୁକ୍ରେନ ସେନା ନିଜର ହିଁ ଜଣେ ବାର୍ତ୍ତାକାରଙ୍କୁ ଗୁଳି କରି ହତ୍ୟା କରିଦେଇଛନ୍ତି । ଉକ୍ତ ବାର୍ତ୍ତାକାର ଜଣକ ରୁଷ ସହ ଲିଙ୍କ ରେ ଥିବା ଏକ ଦଳର ସଦସ୍ୟ ହୋଇଥିବା ଖବର ଜଣାପଡ଼ିବା ପରେ ତାଙ୍କୁ ହତ୍ୟା କରାଯାଇଛି ।

 

Get real time updates directly on you device, subscribe now.