ଭାରତ ଉପରେ ଆମେରିକାର ୫୦% ଟାରିଫକୁ ୟୁକ୍ରେନ କହିଲା ସଠିକ୍ ନିଷ୍ପତ୍ତି, ଜାଣନ୍ତୁ ଡିଟେଲ୍ସ

ଭାରତ ଉପରେ ଆମେରିକାର ୫୦% ଟାରିଫକୁ ୟୁକ୍ରେନ୍ କହିଲା ଠିକ୍‌, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ଆମେରିକାର ନିଷ୍ପତ୍ତିକୁ ସଠିକ ବୋଲି କହିଛନ୍ତି।

ଜେଲେନସ୍କି କହିଛନ୍ତି ଯେ, ରୁଷ ସହିତ ବ୍ୟବସାୟ କରୁଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ। ସେ ପୂର୍ବରୁ ଅନେକ ଥର କହିଛନ୍ତି ଯେ, ରୁଷ ତେଲ ଏବଂ ଗ୍ୟାସ ବିକ୍ରି କରି ଯୁଦ୍ଧ ପାଇଁ ଟଙ୍କା ସଞ୍ଚୟ କରୁଛି।

ସେ କହିଛନ୍ତି ଯେ, ଯଦି ଆମେରିକା ରୁଷକୁ ସାହାଯ୍ୟ କରୁଥିବା ଦେଶଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଛି, ତେବେ ଏଥିରେ କ’ଣ ଭୁଲ ଅଛି। ଜେଲେନସ୍କିଙ୍କୁ ଏବିସି ନ୍ୟୁଜରେ ରୁଷ, ଚୀନ୍ ଏବଂ ଭାରତ ଏକାଠି ହେବା ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା। ଏହା ଉପରେ ସେ ଆମେରିକୀୟ ନିଷ୍ପତ୍ତିକୁ ସଠିକ ବୋଲି କହିଛନ୍ତି।

ଜେଲେନସ୍କିଙ୍କୁ ପଚରାଯାଇଥିଲା ଯେ, SCO ସମ୍ମିଳନୀରେ ଭାରତ, ଚୀନ୍ ଏବଂ ରୁଷ ଏକାଠି ଦେଖାଯାଇଥିଲେ। ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ଆମେରିକାର ନିଷ୍ପତ୍ତି କ’ଣ ଓଲଟା ଫଳ ଦେଇଛି? ଏଥିରେ ଜେଲେନସ୍କି କହିଥିଲେ ଯେ, ଟ୍ରମ୍ପ ଜାଣନ୍ତି ଯେ; ରୁଷକୁ କିପରି ବନ୍ଦ କରିବେ।

ପୁଟିନଙ୍କ ଅସ୍ତ୍ର ହେଉଛି, ସେ ବିଶ୍ୱକୁ ତେଲ ଏବଂ ଗ୍ୟାସ ବିକ୍ରୟ କରନ୍ତି। ତାଙ୍କର ଏହି ଶକ୍ତିକୁ ହ୍ରାସ କରିବାକୁ ପଡିବ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି।