ନୂଆଦିଲ୍ଲୀ: ଆଗକୁ ବିଶ୍ୱ ଅର୍ଥନୀତିର ଇଂଜିନ ସାଜିବ ଭାରତ। ୨୦୨୫ରେ ଭାରତର ଜିଡିପି ଅଭିବୃଦ୍ଧି ୬.୬ ପ୍ରତିଶତ ରହିବା ମୁଖ୍ୟତଃ ଅଧିକ ଘରୋଇ ଖର୍ଚ୍ଚ ଓ ନିବେଶ ପାଇଁ ଅର୍ଥନୀତିର ଅଭିବୃଦ୍ଧି ଏଭଳି ସ୍ତରରେ ରହିବ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ବିଶ୍ବ ଅର୍ଥନୈତିକ ପରିସ୍ଥିତି ଓ ସମ୍ଭାବନା ୨୦୨୫ ରିପୋର୍ଟରେ ଦର୍ଶାଯାଇଛି। ଏଥି ସହିତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତାକୁ ଭାରତ ବଜାୟ ରଖିଛି। ଭାରତର ଉଚ୍ଚ ଅଭିବୃଦ୍ଧି କାରଣରୁ ଦକ୍ଷିଣ ଏସିଆର ଅର୍ଥନୈତିକ ଅଭିବୃଦ୍ଧି ଭଲ ରହିବ ବୋଲି କୁହାଯାଇଛି।
ଦକ୍ଷିଣ ଏସିଆ ଅଞ୍ଚଳରେ ନିକଟ ଭବିଷ୍ୟତ ଦୃଶ୍ୟପଟ ଭଲ ରହିବ ବୋଲି ଆଶା ରଖାଯାଇଛି। ୨୦୨୫ରେ ଅଭିବୃଦ୍ଧି ୫.୭ ପ୍ରତିଶତ ଏବଂ ୨୦୨୬ରେ ୬ ପ୍ରତିଶତ ରହିବା ଭାରତର ଦୃଢ଼ ପ୍ରଦର୍ଶନ ସହିତ ଭୁଟାନ, ନେପାଳ ଓ ଶ୍ରୀଲଙ୍କା ଅର୍ଥନୀତିରେ ସୁଧାର କାରଣରୁ ଏହା ହେବା ୨୦୨୪ରେ ଭାରତୀୟ ଅର୍ଥନୀତି ୬.୮ ପ୍ରତିଶତ ହାରରେ ବଢ଼ିଥିଲା। ୨୦୨୫ରେ ଏହା ୬.୬ ପ୍ରତିଶତ ହାରରେ ବଢ଼ି ବଢ଼ିବା ୨୦୨୬ରେ ଏହା ୬.୮ ପ୍ରତିଶତ ଅଭିବୃଦ୍ଧି ସ୍ତରକୁ ପ୍ରତ୍ୟାବର୍ତ୍ତନ କରିବା ଦକ୍ଷିଣ ଏସିଆର ସବୁଠୁ ବଡ଼ ଅର୍ଥନୀତି ହେଉଛି ଭାରତା ୨୦୨୫ରେ ଏହାର ଅର୍ଥନୈତିକ ଅଭିବୃଦ୍ଧି ୬.୬ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି।
ସରକାର ଭିତ୍ତିଭୂମି କ୍ଷେତ୍ରର ବିକାଶ ଲାଗି କରୁଥିବା ନିବେଶର ବହୁଗୁଣ ପ୍ରଭାବ ଆଗାମୀ ଦିନରେ ଅର୍ଥନୈତିକ ଅଭିବୃଦ୍ଧି ଉପରେ ପଡ଼ିବା ଏଥିସହିତ ସେବା ଏବଂ କେତେକ କ୍ଷେତ୍ରର ସାମଗ୍ରୀ ରପ୍ତାନିରେ ଦେଖାଦେବାକୁ ଥିବା ଅଗ୍ରଗତି ଭାରତର ଅର୍ଥନୈତିକ କାର୍ଯ୍ୟକଳାପକୁ ବଢ଼ାଇବ ୨୦୨୪ରେ ମୌସୁମୀ ବର୍ଷା ଭଲ ରହିବା କାରଣରୁ ଖରାଦିନେ ହେଥିବା ସମସ୍ତ ଫସଲର ବୁଣାବୁଣି ଭଲ ରହିଛି।
ଭାରତ, ଇଣ୍ଡୋନେସିଆ ଏବଂ ଭିଏତନାମ ଆଦିରେ ଘରୋଇ ଏବଂ ବିଦେଶୀ ନିବେଶ ଏହି କ୍ଷେତ୍ରକୁ ଆଗକୁ ନେଇଛି। ଭାରତରେ ସରକାରୀ କ୍ଷେତ୍ରରେ ମେଗା ଭିତ୍ତଭୂମି ପ୍ରକଳ୍ପରେ ନିବେଶ କରିବା ଅବ୍ୟାହତ ରଖିଛି ୨୦୨୫ରେ ମଧ୍ୟ ଏହା ଜାରି ରହିବ ବୋଲି ଆଶା ରଖାଯାଇଛି। ଭାରତରେ ଖାଉଟି ମୁଦ୍ରାଷ୍ଟୀତି ୨୦୨୪ର ୪.୮ ପ୍ରତିଶତ ପରିବର୍ତ୍ତେ ୨୦୨୫ରେ ୪.୩ ପ୍ରତିଶତକୁ ହ୍ରାସ ପାଇବ।