fbpx

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହମ୍ମଦ ଘୋରିଙ୍କ ସହ ତୁଳନା କଲେ ଅନଏକାଡେମୀ ଶିକ୍ଷକ, କହିଲେ ନୂତନ ସଂସଦ ଗୃହ ମୋଦୀ ପ୍ୟାଲେସ ହେବା ଉଚିତ

Advertisement

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାକୁ ଆସିଛି ଅନଏକାଡେମୀ । ଏହାର ଜଣେ ଶିକ୍ଷକଙ୍କ ବୟାନକୁ ନେଇ ଏହି ଚର୍ଚ୍ଚା ହେଉଛି । ଏହି ଶିକ୍ଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅତ୍ୟାଚାରୀ ମୋଗଲ ଶାସକ ମହମ୍ମଦ ଘୋରିଙ୍କ ସହ ତୁଳନା କରିଛନ୍ତି । ଏହାକୁ ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅନଏକାଡେମୀ ଶିକ୍ଷକ ଅବଧ ଓଝା କହିଛନ୍ତି ମୋଗଲ ସାମ୍ରାଜ୍ୟ ପରି ଏବେ ଦେଶରେ ମୋଦୀ ସାମ୍ରାଜ୍ୟ ପ୍ରତିଷ୍ଠା ହେବ । ସେ ଆହୁରି କହିଛନ୍ତି ମହମ୍ମଦ ଘୋରିଙ୍କର କୌଣସି ସନ୍ତାନ ସନ୍ତତି ନ ଥିବା ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବି କୌଣସି ସନ୍ତାନ ନାହାନ୍ତି । ଦିଲ୍ଲୀରେ ନିର୍ମାଣ ହୋଇଥିବା ନୂତନ ସଂସଦ ଗୃହ ମୋଦୀ ପ୍ୟାଲେସ ଭାବେ ବିବେଚିତ ହେବା ବେଶୀ ଠିକ୍ ହେବ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ମାସକ ତଳେ ଅନଏକାଡେମୀ ଠିକ୍ ଏହିପରି ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଏହାର ଶିକ୍ଷକ କରଣ ସାଙ୍ଗୱାନ ଛାତ୍ରମାନଙ୍କୁ କେବଳ ଶିକ୍ଷିତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିଥିଲେ ।

Get real time updates directly on you device, subscribe now.