fbpx

(Video) କାଳ ହେଲାଣି ଅସହ୍ୟ ଖରା: ଓଡ଼ିଶାରୁ ୧୪୧ ଜଣଙ୍କ ମୃତ୍ୟୁ, ସତର୍କ କରାଇଲେ SRC

Advertisement

ଓଡ଼ିଶା ଭାସ୍କର: ଭାରତରେ ମୌସୂମୀ ପାଦ ଥାପି ସାରିଲାଣି । କିନ୍ତୁ ଏପର୍ଯ୍ୟନ୍ତ ଖରା ଦାଉରୁ ରକ୍ଷା ପାଇ ପାରି ନାହାନ୍ତି ଦେଶବାସୀ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ତାତି ଏବଂ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ କଲବଲ କରୁଛି । ତାପମାତ୍ରା ବୃଦ୍ଧି ସାଙ୍ଗକୁ ପ୍ରଚଣ୍ଡ ଖରା ତାତି ଯୋଗୁଁ ଅଂଶୁଘାତ ସମସ୍ୟା ମଧ୍ୟ ବଢିବାରେ ଲାଗିଛି । ଏଥିପାଇଁ ଓଡ଼ିଶାବାସୀଙ୍କୁ ଆଗାମୀ କିଛି ଦିନ ସତର୍କ ରହିବା ପାଇଁ ଏସଆରସି ସତର୍କ ସୂଚନା ଜାରି କରିଛନ୍ତି ।

ରାଜ୍ୟରେ ବଢ଼ିବାକୁ ଲାଗିଛି ଅଂଶୁଘାତରେ ମୃତ୍ୟୁ ସଂଖ୍ୟା । ଏପର୍ଯ୍ୟନ୍ତ ରାଜ୍ୟରେ ୧୪୧ ଜଣଙ୍କର ଖରା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି । ରାଜ୍ୟରେ ଲାଗି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଛଟପଟ ହେଉଛନ୍ତି ସାଧାରଣ ଜନତା । ପଶ୍ଚିମ ଓଡ଼ିଶାରେ ଅସ୍ୱାଭିକ ଭାବରେ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା । ବ୍ୟବଚ୍ଛେଦ ରିପୋର୍ଟରୁ ପ୍ରକାଶ ପାଉଛି ଲୋକଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଯାଉଛି ବୋଲି । ଭାରତରେ ମୌସୂମୀ ପାଦ ଦେବା ପରେ ମଧ୍ୟ ରାଜ୍ୟରେ କମୁନି ତାପମାତ୍ରା । ୨ ଦିନ ତଳେ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୭ ଡିଗ୍ରୀ(ଝାରସୁଗୁଡ଼ା) ଛୁଇଁଥିଲା ।

ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଆଉ ରଖେଇ ଦେଉ ନାହିଁ । ବୟସ୍କ ଲୋକେ ଖରାର ଶିକାର ହୋଇଯାଉଛନ୍ତି । ଖରା ଓ ଅସହ୍ୟ ଗୁଳୁଗୁଳି ରାଜ୍ୟବାସୀଙ୍କ ଜୀବନ ଦୁର୍ବିସହ କରିଦେଇଥିବା ବେଳେ ଅଂଶୁଘାତଜନିତ ମୃତ୍ୟୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଦେଲାଣି । ଗତ ଦେଢ଼ ଦଶନ୍ଦି ମଧ୍ୟରେ ରାଜ୍ୟରେ ଏପରି ଅଂଶୁଘାତ ଜନିତ ମୃତ୍ୟୁ ପ୍ରଥମ କରି ଦେଖାଦେଇଥିବାରୁ ଏହାର କିପରି ସମାଧାନ କରାଯାଇପାରିବ ସେନେଇ ସମସ୍ତେ ଚିନ୍ତାରେ ପଡ଼ିଛନ୍ତି ।

Get real time updates directly on you device, subscribe now.