ନୂଆଦିଲ୍ଲୀ: ଗୁଜରାଟର ଆନନ୍ଦର ଭାସାଦଠାରେ ବୁଲେଟ୍ ଟ୍ରେନ୍ ର ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି । ଜାତୀୟ ଗଣମାଧ୍ୟମ କହିବା ଅନୁସାରେ, ନିର୍ମାଣାଧୀନ ପୋଲର ଏକ ଅଂଶ ଏବଂ କିଛି ପିଲର୍ ଭୁଶୁଡ଼ି ପଡ଼ିଛି ଏବଂ ଅତି କମ୍ ରେ ୪ ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ଆନନ୍ଦ ପୁଲିସ, ଅଗ୍ନିଶମ ବିଭାଗର ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।
ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ କହିଛନ୍ତି । ଆନନ୍ଦ ଡିସିପି ଗୌରବ ଜଶାନୀ ଗଣମାଧ୍ୟମକୁ କହିଛନ୍ତି, ଆନନ୍ଦ ର ଭାସାଦର ରାଜୁପୁରା ଗାଁ ନିକଟରେ ବୁଲେଟ୍ ଟ୍ରେନ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କୌଣସି କାରଣରୁ ଲୁହା ପ୍ଲେଟ୍ ଖସି ପଡ଼ିଥିଲା । ଏହି କାରଣରୁ ୩ରୁ ୪ ଜଣ ଙ୍କୁ ପୋତି ଦିଆଯାଇଥିଲା। ସଙ୍ଗେ ସଙ୍ଗେ ପୁଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ୨ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି ।