କୋଚ ଗମ୍ଭୀରଙ୍କ କୋଚିଂରେ ଭାରତୀୟ ଦଳରେ ରହିବେ ଏହି ୪ ମହାରଥୀ, ସଶକ୍ତ ହେବ ଟିମ୍ ଇଣ୍ଡିଆ, ବୋଲିଂ କୋଚ ହେବେ ମୋର୍କେଲ!
କୋଚ ଗମ୍ଭୀରଙ୍କ କୋଚିଂରେ ଭାରତୀୟ ଦଳରେ ରହିବେ ଏହି ୪ ମହାରଥୀ, ସଶକ୍ତ ହେବ ଟିମ୍ ଇଣ୍ଡିଆ, ବୋଲିଂ କୋଚ ହେବେ ମୋର୍କେଲ!
ଓଡିଶା ଭାସ୍କର: ଭାରତୀୟ କ୍ରିକେଟ ଟିମ୍ ଶୀଘ୍ର ହିଁ ଶ୍ରୀଲଙ୍କା ଗସ୍ତରେ ଯିବ । ଟିମ୍ ଇଣ୍ଡିଆର ଶ୍ରୀଲଙ୍କାଗସ୍ତ ପୂର୍ବରୁ କୋଚ ଗୌତମ ଗମ୍ଭୀର ସୋମବାରକୁ ପ୍ରେସ କନଫ୍ରେନ୍ସ କରି ପାରନ୍ତି । ଗମ୍ଭୀରଙ୍କ କୋଚିଂରେ କିଏ କିଏ ସାମିଲ ହେବେ ତାହାର ଖୁଲାସା ଏଯାଏଁ ହୋଇ ନାହିଁ । ତେବେ ଏକ ରିପୋର୍ଟ ଅନୁସାରେ, ଗମ୍ଭୀରଙ୍କ କୋଚିଂରେ ୪ ଜଣ ପ୍ରସିଦ୍ଧ କ୍ରିକେଟରଙ୍କୁ ସାମିଲ କରାଯାଇପାରେ । ଅଭିଷେକ ନାୟରଙ୍କୁ ସହକାରୀ କୋଚ ପଦ ମିଳିପାରେ । ତାହାସହ ଦକ୍ଷିଣଆଫ୍ରିକାର ପୂର୍ବତନ ଖେଳାଳି ମନି ମୋର୍କେଲଙ୍କ ମଧ୍ୟ ଭାରତୀୟ ଦଳକୁ ପ୍ରବେଶ ହୋଇପାରେ ।
ରିପୋର୍ଟ ଅନୁସାରେ, ଗମ୍ଭୀରଙ୍କ କୋଚିଂରେ ୨ ଜଣ ଆସିଷ୍ଟାଣ୍ଟ କୋଚ ରହିପାରନ୍ତି । ଏହି ଦାୟିତ୍ୱ ଅଭିଷେକ ନାୟରଙ୍କ ସହ ନେଦରଲ୍ୟାଣ୍ଡର ପୂର୍ବତନ ଖେଳାଳି ରୟାନ ଟେନ ଡୋଶେଟଙ୍କୁ ମିଳିବାର ସମ୍ଭାବନା ବେଶ୍ ଅଧିକ । ଡୋଶେଟ ଓ ନାୟର ପୂର୍ବରୁ ମଧ୍ୟ ଗମ୍ଭୀରଙ୍କ ସହ କାମ କରିଛନ୍ତି । ଏହି ତିନି ତାରକା ପୂର୍ବରୁ କୋଲକତା ନାଇଟ ରାଇଡର୍ସରେ କାମ କରି ସାରିଛନ୍ତି । ଏବେ ଗମ୍ଭୀରଙ୍କ ସହ ଏମାନେ କାମ କରି ପାରନ୍ତି ।
ସେପଟେ ଦକ୍ଷିଣଆଫ୍ରିକାର ପୂର୍ବ କ୍ରିକେଟର ମୋର୍ନି ମର୍କେଲ ଟିମ୍ ଇଣ୍ଡିଆର ବୋଲିଂ କୋଚ ହେବାର ଅଧିକ ସମ୍ଭାବନା ରହିଛି । ତାଙ୍କ ପାଖରେ କୋଚିଂର ଭଲ ଅଭିଜ୍ଞତା ରହିଛି । ତାଙ୍କ କ୍ରିକେଟ କ୍ୟାରିଅର ମଧ୍ୟ ଦମଦାର ଅଛି । ସେ ଦକ୍ଷିଣଆଫ୍ରିକା ପକ୍ଷରୁ ୧୧୭ ଟି ଦିନିକିଆ ଖେଳି ମୋଟ ୧୮୮ ଟି ୱିକେଟ ଅକ୍ତିଆର କରିଛନ୍ତି । ତାହାସହ ୪୪ ଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ ଖେଳି ୪୭ ୱିକେଟ ଓ ୮୬ ଟି ଟେଷ୍ଟ ଖେଳି ମୋଟ ୩୦୯ ୱିକେଟ ନେଇଛନ୍ତି । ସେପଟେ ବିସିସିଆଇ ଫିଲଡିଂ କୋଚ ଟି ଦିଲୀପଙ୍କ କାର୍ଯ୍ୟକାଳ ବଢାଇପାରେ । ତାଙ୍କର କାର୍ଯ୍ୟକାଳରେ ଭାରତୀୟ ଯୁବ ଖେଳାଳି ବେଶ ଲାଭବାନ ହୋଇପାରିଛନ୍ତି ।
ଏମିତି ରହିପାରେ ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫ
ମୁଖ୍ୟ ପ୍ରଶିକ୍ଷକ- ଗୌତମ ଗମ୍ଭୀର
ସହ ପ୍ରଶିକ୍ଷକ- ଅଭିଷେକ ନାୟର
ସହପ୍ରଶିକ୍ଷକ- ରାୟନ ଟେନ ଡୋଶେଟ
ଫିଲଡିଂ କୋଚ- ଟି ଦିଲୀପ
ବୋଲିଂ କୋଚ- ମୋର୍ନି ମୋର୍କେଲ