fbpx

କେଉଁ ପରିସ୍ଥିତିରେ ଏବଂ କାହିଁକି ଆଧାର କାର୍ଡ ସରେଣ୍ଡର ହେବ ? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ : ଆଧାର କାର୍ଡ ହେଉଛି ଭାରତୀୟ ନାଗରିକଙ୍କୁ ସରକାର ଦେଇଥିବା ଏକ ସ୍ୱତନ୍ତ୍ର ପରିଚୟ ନମ୍ବର। ତେବେ ଆଧାରକାର୍ଡକୁ କାହିଁକି ସରେଣ୍ଡର କରିବେ । କେଉଁ ପରିସ୍ଥିତିରେ ସରେଣ୍ଡର କରାଯାଏ ଏବଂ କିପରି କରିବେ? ଏହାକୁ ନେଇ ଅନେକ ପ୍ରଶ୍ନ ଥାଏ ଲୋକଙ୍କ ମନରେ । ତେବେ ଆସନ୍ତୁ ସେ ବିଷୟରେ ସବିଶେଷ ତଥ୍ୟ ଜାଣିବା…

ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ହୁଏ , ତେବେ ସେଭଳି ପରିସ୍ଥିତିରେ ଆଧାରକାର୍ଡ ସରେଣ୍ଡର କରାଯାଇପାରିବ । କୌଣସି ବେଆଇନ କାର୍ଯ୍ୟକୁ ଅଟକାଇବା ପାଇଁ ସେମାନଙ୍କ ଆଧାର କାର୍ଡକୁ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ହସ୍ତାନ୍ତର କରିବା ଜରୁରୀ ଅଟେ। ମୃତ ବ୍ୟକ୍ତିଙ୍କ ପରିଚୟ କାହା ଦ୍ୱାରା ଅପବ୍ୟବହାର ନହେବ ସେଥିପାଇଁ ଏହି ପଦକ୍ଷେପ ନିଆଯାଏ ।

ତେବେ ପ୍ରଥମ ପଦକ୍ଷେପ ହେଉଛି ମୃତ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇବା । ଏହା ଏକ ଆଇନଗତ ଦଲିଲ ଯାହା ଜଣେ ବ୍ୟକ୍ତିର ମୃତ୍ୟୁର କାରଣ, ତାରିଖ ଏବଂ ସମୟ ଦର୍ଶାଇଥାଏ । ଆପଣ ସ୍ଥାନୀୟ ପୌରପାଳିକା କାର‌୍ୟ୍ୟାଳୟ , ଡାକ୍ତରଖାନା କିମ୍ବା ଜନ୍ମ ଏବଂ ମୃତ୍ୟୁର ରେଜିଷ୍ଟ୍ରାର ଅଫିସରେ ମୃତ୍ୟୁ ପ୍ରମାଣପତ୍ର ପାଇପାରିବେ ।

(UIDAI)କୁ ଚିଠି
ପରିସ୍ଥିତିକୁ ବୁଝାିବା ପାଇଁ ଏବଂ ଆଧାର କାର୍ଡକୁ ବାତିଲ କରିବା ପାଇଁ ଅନୁରୋଧ କରି ଟଓଊଇଓ ଏକ ଦରଖାସ୍ତ ଲେଖନ୍ତୁ । ମୃତ ବ୍ୟକ୍ତିଙ୍କ ନାମ, ଆଧାର ନମ୍ବର ଏବଂ ମୃତ୍ୟୁ ପ୍ରମାଣପତ୍ରର ଏକ କପି ଚିଠିରେ ସାମିଲ କରିବେ ।

ପରବର୍ତ୍ତୀ ପଦକ୍ଷେପ ହେଉଛି ଆଧାର ନାମଲେଖା କେନ୍ଦ୍ରକୁ ଯିବେ । UIDAI ୱେବସାଇଟ୍ ସର୍ଚ୍ଚ କରି ଆପଣ ନିକଟତମ ଆଧାର ନାମଲେଖା କେନ୍ଦ୍ର ଖୋଜି ବାହାର କରି ସେଠାକୁ ଯାଆନ୍ତୁ । କେନ୍ଦ୍ରରେ ପହଞ୍ଚିବା ପରେ ଆଧାର କାର୍ଡ ସରେଣ୍ଡର ଫର୍ମ ପୂରଣ କରିବାକୁ ପଡିବ ।

ସେହି ଫର୍ମ ସହିତ ଆପଣଙ୍କୁ ନିମ୍ନଲିଖିତ ଦଲିଲଗୁଡ଼ିକ ମଧ୍ୟ ଦାଖଲ କରିବାକୁ ପଡିବ ।

-ମୃତ୍ୟୁ ପ୍ରମାଣପତ୍ର

-ମୃତ ବ୍ୟକ୍ତିଙ୍କ ଆଧାର କାର୍ଡର ଏକ ଫଟୋଗ୍ରାଫି

-ଆପଣଙ୍କର ନିଜର ଆଧାର କାର୍ଡ

-ମୃତ ବ୍ୟକ୍ତିଙ୍କ ଆଇନଗତ ଉତ୍ତରାଧିକାରୀଙ୍କଠାରୁ ପ୍ରାଧିକରଣ ପତ୍ର

-ଡକ୍ୟୁମେଣ୍ଟ୍ ଦାଖଲ ହେବା ପରେ ଆପଣଙ୍କୁ ବାୟୋମେଟ୍ରିକ୍ ପ୍ରକ୍ରିୟା ଦେଇ ଯିବାକୁ ପଡିବ । ସେଥିରେ ଆପଣଙ୍କର ଅଥବା ଯେଉଁ ବ୍ୟକ୍ତି ଆଧାରକାର୍ଡ ସରେଣ୍ଡର କରିବ ତାହାର ପରିଚୟ ପତ୍ର ଯାଞ୍ଚ କରାଯିବ । ଏହା ପରେ ମୃତ ବ୍ୟକ୍ତିର ଆଧାର କାର୍ଡ ସମର୍ପଣ ହେଲା ବୋଲି ନିଶ୍ଚିତ କରାଯିବ ।

ସ୍ୱୀକୃତି ରସିଦ

ଥରେ ବାୟୋମେଟ୍ରିକ୍ ପ୍ରକ୍ରିୟା ଶେଷ ହେବା ପରେ ଆପଣ ଏକ ସ୍ୱୀକୃତି ରସିଦ ପାଇବେ । ଏହି ରସିଦରେ ସରେଣ୍ଡର କରାଯାଇଥିବା ଆଧାର କାର୍ଡର ବିବରଣୀ ଓ ତାରିଖ ଥିବ ।

ଉଲ୍ଲେଖନୀୟ କଥା ହେଉଛି, କାହାର ମୃତ୍ୟୁ ପରେ ଆଧାର କାର୍ଡ ସରେଣ୍ଡର କରିବା ଅତ୍ୟନ୍ତ ଜରୁରୀ । ଉପରୋକ୍ତ ପଦକ୍ଷେପଗୁଡିକ ଅନୁସରଣ କରି ଆପଣ ନିଶ୍ଚିତ କରିପାରିବେ ଯେ ମୃତ ବ୍ୟକ୍ତିଙ୍କ ପରିଚୟ କାହା ଦ୍ୱାରା ଅପବ୍ୟବହାର ହୋଇ ନାହିଁ । ଭବିଷ୍ୟତରେ ମଧ୍ୟ ଏହାକୁ ନେଇ କୌଣସି ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ ।

Get real time updates directly on you device, subscribe now.