fbpx

ଲକଡାଉନ ଦୁଃଖ: ପତ୍ନୀ ଓ ପୁଅକୁ ହତ୍ୟା କରିବା ପରେ ବେରୋଜଗାର ବ୍ୟକ୍ତିର ଆତ୍ମହତ୍ୟା

ପୁଣେ,୧୦ ।୫: ସାରା ଦେଶରେ କରୋନା କହର ବଢିବାରେ ଲାଗିଛି । ଏହାର ମୁକାବିଲା ପାଇଁ ଲକଡାଉନ୍‌, ସଟଡାଉନ୍ ଭଳି ପଦକ୍ଷେପ ନେଉଛନ୍ତି ସରକାର । ଯାହାର ସିଧାସଳଖ ପ୍ରଭାବ ଗରୀବ ଲୋକଙ୍କ ଉପରେ ପଡୁଥିବା ଦେଖିବାକୁ ମିଳିଛୁ । ସେହିଭଳି ଏକ ଦୁଃଖଦ ଘଟଣା ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ ଲୋନୀକାଣ୍ଡ ପୋଲିସ ଷ୍ଟେସନର କଦମବକ ବସ୍ତିରେ ଘଟିଯାଇଛି, ଯେଉଁଠି ଜଣେ ବେରୋଜଗାର ବ୍ୟକ୍ତି ନିଜ ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି । ଘଟଣାଟି ରବିବାର ଦିନ ଘଟିଥିବା ବେଳେ ଆଜି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ତେବେ ପୋଲିସର କହିବା ଅନୁସାରେ, ହନୁମନ୍ତ ସିନ୍ଦେ ତାଙ୍କ ଫ୍ଲାଟରେ ତାଙ୍କ ପତ୍ନୀ, ୧୪ ମାସର ଶିଶୁ, ପିତା ଏବଂ ଭାଇଙ୍କ ସହ ରହୁଥିଲେ । ରବିବାର ଦିନ ପ୍ରାୟ ୧୧ ଟାରୁ ତାଙ୍କ ଶୋଇବା ଘର ଭିତରପଟୁ ବନ୍ଦ ଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ସିନ୍ଦେ ଓ ତାଙ୍କ ପତ୍ନୀ କବାଟ ନଖୋଲିବାରୁ ତାଙ୍କ ପିତା ସମ୍ପର୍କୀୟ ଓ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ କବାଟ ଭାଙ୍ଗି ରୁମ ଭିତରକୁ ପ୍ରବେଶ କରିଥିଲା । ରୁମ ଭିତରେ ସିନ୍ଦେଙ୍କୁ ଝୁଲନ୍ତା ଅବସ୍ଥାରେ ଓ ତାଙ୍କ ପତ୍ନୀ, ପୁଅକୁ ମୃତ ଅବସ୍ଥାରେ ଦେଖିଥିଲା ପୋଲିସ । ପତ୍ନୀଙ୍କୁ ଗଳା ଦବାଇ ଓ ପୁଅକୁ ଗଳା କାଟି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରୁ କୌଣସି ଆତ୍ମହତ୍ୟା ନୋଟ୍ ମିଳି ନ ଥିବା ଅଧିକାରୀ କହିଛନ୍ତି ।

କିନ୍ତୁ ପରିବାର ଲୋକ କହିଛନ୍ତି ଯେ, ସିନ୍ଦେ ବେରୋଜଗାର ଥିଲେ ଏବଂ ଆର୍ଥୀକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି କାରଣରୁ ସେ ମାନସିକ ଚାପରେ ରହୁଥିଲେ ଏବଂ ଗତ କିଛି ଦିନ ଧରି ଚୁପଚାପ ଥିଲେ । ଅନ୍ୟପଟେ ପୋଲିସ ୩ ଶବକୁ ଜବତ କରି ଘଟଣାର ତନାଘନା ଜାରି ରଖିଛି ।

Get real time updates directly on you device, subscribe now.