fbpx

ଭାରତ ମହାସାଗରରେ ଖସିଲା ଚୀନ ରକେଟର ଧ୍ୱଂସାବଶେଷ

ବେଜିଂ, ୧୦/୫: ଗତ ୨୯ ତାରିଖରେ ଚୀନର ନିର୍ମାଣାଧୀନ ନୂତନ ମହାକାଶ କେନ୍ଦ୍ରର ଏକ ଭାରୀ ଅଂଶକୁ ପରିବହନ କରିଥିବା ଲଙ୍ଗ୍ ମାର୍ଚ୍ଚ-୫ବି ନାମକ ଏକ ବିଶାଳ ରକେଟର ଏକ ବୃହତ୍ ଅଂଶ ନିୟନ୍ତ୍ରଣ ହରାଇ ମହାକାଶରୁ ଭୁପୃଷ୍ଠକୁ ଖସି ପଡିଥିଲା । ତେବେ ରକେଟର ଏହି ଅଂଶ ଆଜି ସକାଳେ ମାଳଦ୍ୱୀପ ନିକଟ ଭାରତ ମହାସାଗରରେ ଖସିପଡିଛି ।
ଫଳରେ ମହାକାଶରେ ନିୟନ୍ତ୍ରଣ ହରାଇ ଖସୁଥିବା ୧୮ ଟନ ଓଜନର ଏହି ଯନ୍ତ୍ରାଂଶ ପୃଥିବୀର କେଉଁ ଜନବସତିରେ ପଡି ବ୍ୟାପକ ଧନଜୀବନ କ୍ଷତିକରିବ ସେନେଇ ଆଶଙ୍କାରେ ଥିବା ବିଶ୍ୱ ବୈଜ୍ଞାନିକ ସମୁଦାୟ ଆଶ୍ୱସ୍ତ ହୋଇଛନ୍ତି । ତେବେ ଏହା ମହାକାଶରୁ ଖସୁଥିବା ବେଳେ ସକାଳ ୧୦ଟା ୨୪ରେ ପୃଥିବୀର ବାୟୁମଣ୍ଡଳରେ ପୁନଃପ୍ରବେଶ କରିଥିଲା ଏବଂ ମାଳଦ୍ୱୀପ ଉପକୂଳରେ ଜଳଭାଗ ଛୁଇଁବା ଆଗରୁ ଏହାର ସିଂହଭାଗ ବାୟୁମଣ୍ଡଳରେ ଘର୍ଷଣରେ ଜଳି ପାଉଁଶ ହୋଇଯାଇଥିଲା । ପୃଥିବୀର ପ୍ରାୟ ତିନି ଚତୁର୍ଥାଂଶ ଜଳ ଭାଗ ହୋଇଥିବାରୁ ଏହା ଜଳଭାଗରେ ହିଁ ପଡିବା ନେଇ ଆଶା କରାଯାଉଥିଲା । ତେବେ ଏପରି ଭାବରେ ନିୟନ୍ତ୍ରଣ ହରାଇ ଭୁପୃଷ୍ଠକୁ ଖସୁଥିବା ଏହି ରକେଟର ଭଗ୍ନାଂଶ ସଂପର୍କରେ ଚୀନର ଆଭିମୁଖ୍ୟ ଅତ୍ୟନ୍ତ ଦାୟିତ୍ୱହୀନ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ସମେତ ବିଶ୍ୱର ଅନେକ ପ୍ରମୁଖ ମହାକାଶ ବିଜ୍ଞାନୀ ସମାଲୋଚନା କରିଛନ୍ତି ।

Get real time updates directly on you device, subscribe now.