ନୂଆଦିଲ୍ଲୀ: ଭାରତରେ ସବୁଠୁ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି ବେକାରୀ ସମସ୍ୟା । ଦିନକୁ ଦିନ ଏହି ସମସ୍ୟାରେ ଅଭିବୃଦ୍ଧି ଘଟିଚାଲିଛି । କିନ୍ତୁ ଏହି ସମୟରେ କର୍ଣ୍ଣାଟକ ଏବଂ ଗୁଜୁରାଟରେ ବେକାରୀ ସମସ୍ୟା ହାରରେ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସେଣ୍ଟର ଫର ମନିଟରିଙ୍ଗ ଇକୋନୋମୀ(CMIE)ର ଏକ ତଥ୍ୟରୁ ଏ ନେଇ ସୂୂଚନା ମିଳିଛି । ଅର୍ଥବ୍ୟବସ୍ଥାରେ ସ୍ଥିତିରେ ପରିବର୍ତ୍ତନ ସହିତ ଦେଶରେ ବେରୋଜଗାରୀ ସଂଖ୍ୟା ଧିରେ ଧିରେ ନିମ୍ନଗାମୀ ହେଉଥିବା ଏହି ତଥ୍ୟ ପ୍ରକାଶ କରିଛି ।
CMIEର ମାସିକ ତଥ୍ୟ ଅନୁଯାୟୀ, ଗତ ମାସ ଫେବୃୟାରୀରେ ଦେଶର ବେରୋଜଗାରୀ ହାର ୮.୧୦ ପ୍ରତିଶତ ତିବା ବେଳେ ଏହା ମାର୍ଚ୍ଚ ମାସରେ ୭.୬କୁ ହ୍ରାସ ପାଇଛି । ତେବେ ଏପ୍ରିଲ ୨ ତାରିଖର ରିପୋର୍ଟ ଅନୁଯାୟୀ ଏହା ୭.୫ରେ ପହଞ୍ଚିଛି । ତେବେ ସହରରେ ବେରୋଜଗାରୀ ହାର ୮.୫ ପ୍ରତିଶତ ଥିବା ବେଳେ ଗ୍ରାମୀଣ ସ୍ତରରେ ଏହି ହାର ୭.୧ ରହିଛି । ଦେଶରେ ଏହି ବେକାରୀ ସମସ୍ୟା ହାର କମୁଥିବା ନେଇ କହିଛନ୍ତି ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଇନଷଟିଚ୍ୟୁଟର ଅର୍ଥଶାସ୍ତ୍ରରେ ସେବା ନିବୃତ୍ତ ପଫେସର ଅଭିରୂପ ସରକାର । କିନ୍ତୁ ଭାରତ ଭଳି ଏକ ଗରିବ ଦେଶ ପାଇଁ ଏବେ ବି ଏହା ଏକ ସମସ୍ୟା ବୋଲି କୁହାଯାଇ ପାରିବ । ବେରୋଜଗାରୀ ଅନୁପାତରେ ହ୍ରାସରୁ କରୋନା ମହାମାରୀ ପରେ ଦେଶର ଅର୍ଥବ୍ୟବସ୍ଥା ସୁଧୁରିଥିବା ଜଣାଯାଇଛି ।
ମିଳିଥିବା ତଥ୍ୟ ଅନୁଯାୟୀ, ମାର୍ଚ୍ଚ ମାସରେ କର୍ଣ୍ଣଟକ ଏବଂ ଗୁଜୁରାଟରେ ବେକାରୀ ସମସ୍ୟା ସର୍ବନିମ୍ନ ରହିଥିବା ରେକର୍ଡ ହୋଇଛି । ଉଭୟ ରାଜ୍ୟରେ ୧.୮ ପ୍ରତିଶତ ବେକାରୀ ସମସ୍ୟା ରହିତିବା ସୂଚନା ମିଳିଛି ତେବେ ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ହରିୟାଣାର ବେକାରୀ ହାର ସର୍ବାଧିକ ୨୬.୭ ପ୍ରତିଶତ ରହିଥିଲା । ଏହାପରେ ରାଜସ୍ଥାନ ଏବଂ ଜାମ୍ମୁ-କାଶ୍ମୀରରେ ୨୫ ପ୍ରତିଶତ ହାର ରେକର୍ଡ ହୋଇଥିଲା । ସେହିପରି ବିହାରରେ ଏହା ଶତକଡା ୧୪.୪ ପ୍ରତିଶତ ରହିଥିବା ବେଳେ ତ୍ରିପୁରାରେ ୧୪.୧ ପ୍ରତିଶତ ଏବଂ ପଶ୍ଚିମବଙ୍ଗରେ ୫.୬ ପ୍ରତିଶତ ବେକାରୀ ହାର ରହିଥିଲା ।