fbpx

ପାକିସ୍ତାନରେ ଭୟଙ୍କର ଭାବେ ବଢ଼ୁଛି ବେକାରୀ, ଗୋଟିଏ ପିଅନ ପଦ ପାଇଁ ୧୫ ଲକ୍ଷ ଆବେଦନକାରୀ

Advertisement

ନୂଆଦିଲ୍ଲୀ: ପାକିସ୍ତାନରେ ବେକାରୀ ହାର ଉଦବେଗଜନକ ରହିଛି । ନିକଟରେ ଇମ୍ରାନ ଖାଁ ସରକାର ଦେଶରେ ବେକାରୀ ହାର ୬ ପ୍ରତିଶତ ରହିଥିବା ଦର୍ଶାଇଥିଲେ । ମାତ୍ର ଏହାକୁ ଭୁଲ ପ୍ରମାଣିତ କରି ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ୍ ଡେଭଲପମେଣ୍ଟ ଇକୋନୋମିକ୍ସ (ପିଆଇଡିଇ) ପକ୍ଷରୁ ଏହା ୧୬ ବୋଲି କୁହାଯାଇଛି । ପାକିସ୍ତାନରେ ବର୍ତ୍ତମାନ ଶିକ୍ଷିତ ବେକାରୀଙ୍କ ହାର ବଢ଼ିବାରେ ଲାଗିଛି । ହାଇକୋର୍ଟର ଗୋଟିଏ ପିଅନ ପଦ ପାଇଁ ୧୫ ଲକ୍ଷ ଜଣ ଆବେଦନ କରିଛନ୍ତି । ଏଥିରୁ ପାକିସ୍ତାନର ବେକାରୀ ହାର କେତେ ଭୟଙ୍କର ତାହା ସହଜରେ ଜଣାପଡ଼ୁଛି ।

ଏହି ପିଅନ ପଦ ପାଇଁ ଏମଫିଲ ଡିଗ୍ରୀଧାରୀ ଛାତ୍ରଛାତ୍ରୀମାନେ ଆବେଦନ କରିଥିବା ଜଣାପଡ଼ିଛି । ୨୦୧୭-୧୮ରେ ଦେଶରେ ବେକାରୀ ହାର ୫.୮ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ୬.୯ ପ୍ରତିଶତକୁ ବୃଦ୍ଧି ପାଇଥିବା ପାକିସ୍ତାନ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ।

Get real time updates directly on you device, subscribe now.