BREAKING: ସରିଲା ରତ୍ନ ଭଣ୍ଡାର ମରାମତି ବୈଠକ, ରଥଯାତ୍ରା ପରଠୁ ହେବ ବଳକା କାମ
ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ ସରିଯାଇଛି। କିଛି ଚଟଣା କାମ ଏବେବି ବାକି ରହିଛି। ୨ରୁ ୩ ଦିନ ଭିତରେ ସାରିବାକୁ ଅନୁରୋଧ କରାଯାଇଛି।
ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବୈଠକ ବସିଥିଲା। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି।
କହିଛନ୍ତି ପ୍ରାୟତଃ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ ସରିଯାଇଛି। କିଛି ଚଟଣା କାମ ଏବେବି ବାକି ରହିଛି। ୨ରୁ ୩ ଦିନ ଭିତରେ ସାରିବାକୁ ଅନୁରୋଧ କରାଯାଇଛି। ରତ୍ନଭଣ୍ଡାର କାମରେ ଆହୁରି ୫ଟି ଷ୍ଟେନ୍ଲେସ୍ ଷ୍ଟିଲ ବିମ୍ ଲାଗିବା ନେଇ କହିଛନ୍ତି ମୁଖ୍ୟ ପ୍ରଶାସକ।
୨୭୭ଟି ଖଣ୍ଡ ଲାଇଟ୍ ପଥର ଲାଗିସାରିଛି। ଭିତରେ ୧୪୮ଟି ଖଣ୍ଡଲାଇଟ୍ ପଥର ଲାଗିଛି। ଆଉ କିଛି ଖଣ୍ଡ ଲାଇଟ୍ ପଥର ଲାଗିବ। ରଥଯାତ୍ରା ପର ଦନିଠୁ ଏହି ମରାମତି କାମ ଚାଲିବ।
୨୯ ଏପ୍ରିଲରୁ ୨୭ ଜୁନ୍ ଯାଏଁ ଶ୍ରୀଜିଉଙ୍କ ବିଶେଷ ନୀତି ରହିଛି। ଯାହାପାଇଁ ରତ୍ନ ଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନେଇ ବସିଥିଲା ବୈଠକ। ବୈଠକରେ ଏଏସ୍ଆଇ, ଦେଉଳ କରଣ, ଭଣ୍ଡାର ମେକାପ ଉପସ୍ଥିତ ଥିଲେ।