Big Breaking: ହଂସୁଆ ନଦୀକୁ ଡେଇଁଲେ ଅଜଣା ଯୁବକ, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି

ହଂସୁଆ ନଦୀ ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଲେ ଅଜଣା ଯୁବକ। ସେତୁ ଉପରେ ଚପଲ ପଡିଛି। ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛି।

CHARIDHAM

ପଟ୍ଟାମୁଣ୍ଡାଇ: ବ୍ରିଜ ଉପରୁ ନଦୀକୁ ଡେଇଁଲେ ଯୁବକ। ହଂସୁଆ ନଦୀ ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଲେ ଅଜଣା ଯୁବକ। ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି।

ରାଜନଗର ହଂସୁଆ ସେତୁ ଉପରେ ଚପଲ ଥୋଇ ଯୁବକ ଜଣକ ତଳକୁ ଡେଇଁପଡିଥିବା ସୂଚନା ମିଳିଛି। ହେଲେ ଏବେ ଯାଏଁ ଯୁବକଙ୍କର ପତ୍ତା ମିଳିନଥିବା ବେଳେ, ତାଙ୍କର ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି।

ତେବେ ଯୁବକ ଜଣକ କିଏ, ଏଠାକୁ କିପରି ଆସିଲେ, ଏବଂ କାହିଁକି ନଦୀକୁ ଡେଇଁଲେ ତାହା ଏବେ ଯାଏଁ ଜଣାପଡ଼ିନାହିଁ। ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛି।