ଓଡ଼ିଶାରେ ଲାଗୁ ହେବ ୟୁନିଫାଏଡ୍‌ ପେନସନ୍‌, ଏଣକି ପେନସନ ମିଳିବ…

ଭୁବନେଶ୍ବର; ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନେଲେ ମୋହନ ସରକାର । ଏକୀକୃତ ପେନସନ ଯୋଜନା ଉପରେ କ୍ୟାବିନେଟ ମୋହର ଲଗାଇଛନ୍ତି ।

ଏଣିକି ଏନପିଏସ ଦ୍ୱାରା ପରିଚାଳିତ ସରକାରୀ କର୍ମଚାରୀ ୟୁପିଏସ୍‌ ପାଇବେ । ଆସନ୍ତା ଏପ୍ରିଲରୁ ଏହା କାର୍ଯ୍ୟକାରୀ ହେବ ।

ଯେଉଁମାନେ ଏନପିଏସ ବ୍ୟବସ୍ଥାରେ ପେନସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ସେମାନଙ୍କ ପାଇଁ ଏହା କାର୍ଯ୍ୟକାରୀ ହେବ । ଏନପିଏସ୍‌ ଅଧୀନ କର୍ମଚାରୀ ୟୁପିଏସ୍‌ କିମ୍ବା ଏନପିଏସ୍‌ ମଧ୍ୟରୁ ଗୋଟିଏକୁ ବାଛିବେ ।

ସର୍ବନିମ୍ନ ୧୦ ବର୍ଷ ଚାକିରି କରିଥିଲେ ମାସିକ ୧୦ ହଜାର ଟଙ୍କା ପେନସନ୍‌ ମିଳିବ । ୧୦ ବର୍ଷରୁ ୨୫ ବର୍ଷ ପର୍ୟ୍ୟନ୍ତ ସେବା ଅବଧି ପାଇଁ ଆନୁପାତିକ ହାରରେ ପେନସନ୍‌ ମିଳିବ ।

ଅବସର ପୂର୍ବରୁ ୧୨ ମାସ ମିଳିଥିବା ମୂଳ ଦରମାର ୫୦ ପ୍ରତିଶତ ପେନସନ୍‌ ଭାବେ ମିଳିବ ମୃତ୍ୟୁ ପରେ କର୍ମଚାରୀଙ୍କ ପେନସନର ୬୦% ପାରିବାରିକ ପେନସନ୍‌ ମିଳିବ ।