fbpx

Unified Pension Scheme: ମୋଦୀ ସରକାରଙ୍କ ନୂଆ ଯୋଜନାରେ କାହାକୁ ମିଳିବ ଅଧିକ ଲାଭ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେନସନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଶନିବାର ଦିନ ନୂଆ ଯୋଜନା ଜାରି କରିଛନ୍ତି। ମୋଦୀ ସରକାରଙ୍କ ଏହି ପେନସନ ଯୋଜନାର ୟୁନିଫାଏଡ ପେନସନ ସ୍କିମ ନାମ ରଖାଯାଇଛି। ବର୍ତ୍ତମାନ ଥିବା ନେସନାଲ ପେନସନ ସ୍କିମର ବିକଳ୍ପ ଭାବେ ଉପସ୍ଥାପନା କରାଯାଇଛି। ସରକାରଙ୍କ ଦାବି ରହିଛି ଯେ, ଏହି ପେନସନ ଯୋଜନାରୁ ହାରାହାରି ୨୩ ଲକ୍ଷ ଲୋକଙ୍କୁ ସିଧା ଲାଭ ମିଳିବାକୁ ଯାଉଛି। ଆସନ୍ତୁ ଜାଣିବା କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଏହି ପେନସନ ଯୋଜନାରେ କାହାକୁ ଲାଭ ମିଳିବ ଏବଂ କେଉଁଭଳି ଏହାର ଫାଇଦା ଉଠାଯାଇପାରିବ।

ପ୍ରଥମେ ଏହା ଜାଣିବାକୁ ପଡିବ ସରକାର କାହିଁକି ଏହି ଯୋଜନାକୁ ଆଣିଲେ। ପୁରୁଣା ପେନସନ ଯୋଜନା ସ୍ଥାନରେ ସରକାରୀ କର୍ମଚାରୀମାନଙ୍କ ପାଇଁ ପାଖାପାଖି ଦୁଇ ଦଶନ୍ଧି ପୂର୍ବରୁ ନେସନାଲ ପେନସନ ସ୍କିମକୁ ଜାନୁଆରୀ ୨୦୦୪ରେ ଲାଗୁ କରାଯାଇଥିଲା। କିଛି ବର୍ଷରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଏନପିଏସକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ଏବଂ ଏହା ବଡ ପ୍ରସଙ୍ଗରେ ପରିଣତ ହୋଇଥିଲା। ଅନେକ ରାଜ୍ୟ ଏନପିଏସକୁ ହଟାଇ ପୁଣିଥରେ ଓପିଏସରେ ଯିବାକୁ ନିଷପତ୍ତି ନେଇଥିଲେ।

କେଉଁ ସରକାରୀ କର୍ମଚାରୀ ଉଠାଇପାରିବେ ଏହି ଫାଇଦା:
ୟୁପିଏସକୁ ଏନପିଏସର ବିକଳ୍ପ ଭାବେ ଜାରି କରାଯାଇଛି, ପ୍ରତି ସରକାରୀ କର୍ମଚାରୀ ଏହି ଲାଭ ଉଠାଇପାରିବେ, ଯିଏ ଏନପିଏସ ପାଇଁ ଯୋଗ୍ୟ ଥିଲା। ସରଳ ଅର୍ଥରେ କହିବାକୁ ଗଲେ ଏପ୍ରିଲ ୨୦୦୪ ପରେ ଚାକିରି ଆରମ୍ଭ କରିଥିବା ପ୍ରତ୍ୟେକ ସରକାରୀ କର୍ମଚାରୀ ୟୁନିଫାଏଡ ପେନସନ ଯୋଜନାର ଲାଭ ଉଠାଇପାରିବେ। ଏହାର ଲାଭ ଆଗାମୀ ବର୍ଷ ଅର୍ଥାତ ୧ ଏପ୍ରିଲ ୨୦୨୫ରେ ମିଳିବାକୁ ଯାଉଛି। ୟୁନିଫାଏଡ ପେନସନ ଯୋଜନାରେ ସରକାର ନ୍ୟୁନତମ ପେନସନର ଗ୍ୟାରେଣ୍ଟି ଦେଇଛନ୍ତି।

Get real time updates directly on you device, subscribe now.