(Video) ଉତ୍ତରାଖଣ୍ଡରେ ଲାଗୁ ହେଲା ୟୁନିଫର୍ମ ସିଭିଲ କୋଡ, ଜାଣନ୍ତୁ କେଉଁ ନିୟମରେ ହେବ ପରିବର୍ତ୍ତନ

ଉତ୍ତରାଖଣ୍ଡରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଠାରେ ୟୁନିଫର୍ମ ସିଭିଲ କୋଡ ଲାଗୁ ହୋଇଛି । ଏହି ଅବସରରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ବିବୃତ୍ତି ସାମ୍ନାକୁ ଆସିଛି ।

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଠାରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରାଯାଇଛି । ଏଥିସହ ଉତ୍ତରାଖଣ୍ଡ ୟୁସିସି ଲାଗୁ ହୋଇଥିବା ଦେଶର ପ୍ରଥମ ରାଜ୍ୟ ହୋଇଛି । ୟୁସିସି ଲାଗୁ ହେବାରେ ବିଶେଷ ଭାବେ ବିଶେଷ ଭାବେ ସମସ୍ତ ଧର୍ମର ମହିଳାମାନଙ୍କୁ ଏକ ସମାନ ଅଧିକାର ମିଳିବ ।

ୟୁସିସି ପୋର୍ଟାଲ ଏବଂ ନିୟମ ଲଞ୍ଚ ଅବସରରେ କଣ କହିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ୟୁସିସି ପୋର୍ଟାଲ ଏବଂ ନିୟମ ଜାରି କରି କହିଛନ୍ତି ଯେ, ଆଜି ଉତ୍ତରାଖଣ୍ଡରେ ୟୁସିସି ଲାଗୁ କରି ଆମେ ସମ୍ବିଧାନ ନିର୍ମାତା ବାବା ସାହେବ ଭୀମରାଓ ଅମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛୁ । ଆଜି ଏହି ମୁହୂର୍ତ୍ତରୁ ଉତ୍ତରାଖଣ୍ଡରେ ୟୁସିସି ପୂର୍ଣ୍ଣ ଭାବେ ଲାଗୁ ହୋଇସାରିଛି ।

ଉତ୍ତରାଖଣ୍ଡରେ ୟୁସିସି ଲାଗୁ ହେବାରେ କଣ କଣ ପରିବର୍ତ୍ତନ ହେବ:

-UCC ଲାଗୁ ହେବା ପରେ ବିବାହ ପଞ୍ଜିକରଣ ବାଧ୍ୟତାମୂଳକ ହେବ।
-କୌଣସି ଧର୍ମ, ଜାତି କିମ୍ବା ସମ୍ପ୍ରଦାୟ ପାଇଁ ଛାଡପତ୍ରର ସମାନ ନିୟମ ରହିବ।
-ପ୍ରତ୍ୟେକ ଧର୍ମ ଏବଂ ଜାତିର ଝିଅମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ 18 ବର୍ଷ ହେବ।
-ସମସ୍ତ ଧର୍ମର ସନ୍ତାନ ଗ୍ରହଣ କରିବାର ଅଧିକାର ରହିବ, ଅନ୍ୟ ଧର୍ମର ପିଲାକୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ନାହିଁ।
-ଉତ୍ତରାଖଣ୍ଡରେ ହାଲାଲା ଏବଂ ଇଦଦତ ଭଳି ପ୍ରଥା ବନ୍ଦ ହେବ।
-ଯଦି ସ୍ୱାମୀ-ସ୍ତ୍ରୀ ଜୀବିତ ତେବେ ପୁନର୍ବାର ବିବାହ କରିବା ସମ୍ପୂର୍ଣ୍ଣ ନିଷେଧ ହେବ।
-ସମ୍ପତ୍ତିରେ ବାଳକ ଏବଂ ବାଳିକା ସମାନ ଅଂଶ ପାଇବେ।
-ଲିଭ୍ ଇନ୍ ସମ୍ପର୍କ ପାଇଁ ପଞ୍ଜୀକରଣ ଆବଶ୍ୟକ।
-ଯଦି ଲିଭ-ଇନ୍ ସମ୍ପର୍କରେ ଥିବା ଲୋକଙ୍କ ବୟସ 18 ଏବଂ 21 ବର୍ଷରୁ କମ୍, ତେବେ ସେମାନଙ୍କୁ ପିତାମାତାଙ୍କ ସମ୍ମତି ନେବାକୁ ପଡିବ।
-ଲିଭ-ଇନ୍ ବିବାହରୁ ଜନ୍ମ ହୋଇଥିବା ଶିଶୁ ଏକ ବିବାହିତ ଦମ୍ପତିଙ୍କ ସନ୍ତାନ ପରି ସମାନ ଅଧିକାର ପାଇବ।
-ୟୁନିଫର୍ମ ସିଭିଲ କୋଡରୁ ଅନୁସୂଚିତ ଜନଜାତିଙ୍କୁ ବାଦ ଦିଆଯାଇଛି।