ନୂଆଦିଲ୍ଲୀ: ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ବମ୍ପର ନିଯୁକ୍ତି ବାହାରିଛି । ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୬୯୧ଟି ଆପ୍ରିସେଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି । ଏହି ନିଯୁକ୍ତି 25ଟି ରାଜ୍ୟରେ କରାଯିବ।
ଏଥିପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ/ପ୍ରତିଷ୍ଠାରୁ ସ୍ନାତକ ଡିଗ୍ରୀ କରିଥିବା ଆବଶ୍ୟକ । ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା ଆଧାରରେ ଚୟନ କରାଯିବ । ମନୋନୀତ ଆବେଦନକାରୀଙ୍କୁ ଗୋଟିଏ ବର୍ଷର ତାଲିମ ମଧ୍ୟ ଦିଆଯିବ ।
ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ । ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆପ୍ରେଣ୍ଟିସ୍ ନିଯୁକ୍ତି 2025 ପାଇଁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ 5 ଅଟେ ।
ଆପ୍ରିସେଣ୍ଟ ପଦବୀ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା 20 ବର୍ଷରୁ କମ୍ ଏବଂ ସର୍ବାଧିକ 28 ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ । ସର୍ବାଧିକ ବୟସ ସୀମା ମଧ୍ୟରେ, OBC ବର୍ଗର ପ୍ରାର୍ଥୀମାନଙ୍କୁ ତିନି ବର୍ଷ, SC, ST ବର୍ଗର ପ୍ରାର୍ଥୀମାନଙ୍କୁ ପାଞ୍ଚ ବର୍ଷ ଏବଂ ଦିବ୍ୟାଙ୍ଗ ବର୍ଗର ପ୍ରାର୍ଥୀମାନଙ୍କୁ ଦଶ ବର୍ଷ ଛାଡ଼ ମିଳିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଯୁକ୍ତି 2025 ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କର ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ/ପ୍ରତିଷ୍ଠାରୁ ସ୍ନାତକ ଡିଗ୍ରୀ ଥିବା ଆବଶ୍ୟକ । ଯେଉଁ ପ୍ରାର୍ଥୀମାନେ ୧ ଏପ୍ରିଲ ୨୦୨୧ ରେ କିମ୍ବା ତା’ପରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ସେମାନେ ଆବେଦନ କରିପାରିବେ ।
ତେବେ ଲିଖିତ ପରୀକ୍ଷାରେ ଉତୀର୍ଣ୍ଣ ହେଲେ ମାସିକ 15 ହଜାର ଟଙ୍କା ମଜୁରୀ ମିଳିବ ।