ଅଶ୍ବିନୀ ବୈଷ୍ଣବଙ୍କ ବଡ ସୂଚନା, ବଜେଟ୍‌ରେ ରେଲୱେରେ ଓଡ଼ିଶାକୁ ୧୦,୫୯୯ କୋଟି ମଞ୍ଜୁର

ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା । ଓଡ଼ିଶାରେ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି ।

ଭୁବନେଶ୍ବର: ରେଳ ବଜେଟକୁ ନେଇ ପ୍ରେସମିଟ କଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରେଲଓ୍ବେରେ ଓଡ଼ିଶାକୁ 10 ହଜାର 599 କୋଟି ମିଳିଥିବା ନେଇ ସେ ସୂଚନା ଦେଇଛନ୍ତି ।

ଏତିକି ନିର୍ମାଣ ହୋଇଛି ନୂଆ ଟ୍ରାକ-   ବଜେଟ୍‌ରେ ରେଲୱେରେ ଓଡ଼ିଶାକୁ ୧୦,୫୯୯ କୋଟି ମଞ୍ଜୁର ହୋଇଥିବା  ନେଇ ସୂଚନା ଦେଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଓଡ଼ିଶାରେ ୧୦ ବର୍ଷରେ ୨୦୪୬ କିମି ନୂଆ ଟ୍ରାକ୍‌ ନିର୍ମାଣ ହୋଇଛି । ଓଡ଼ିଶାରେ ନବ ନିର୍ମିତ ଟ୍ରାକ୍‌ ମାଲେସିଆରେ ଥିବା ଟ୍ରାକ୍‌ଠୁ ଅଧିକ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।

ଖୁବଶୀଘ୍ର ଲାଗିବ କବଚ-  ଓଡ଼ିଶାରେ ୬ଟି ବନ୍ଦେ ଭାରତ ବର୍ତ୍ତମାନ ଚାଲୁଛି । ଓଡ଼ିଶାରେ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି  । ଓଡ଼ିଶାରେ ୧୮୯୮ କିମି ଟ୍ରାକ୍‌ରେ କବଚ ଲାଗିବା କାମ ସରିଥିବା ନେଇ ସେ କହିଛନ୍ତି । 10 ହଜାର ଲୋକ ମୋଟିଭରେ କବଚ ଲାଗିବ । ଆସନ୍ତା 6 ବର୍ଷରେ ଦେଶରେ କବଚ ଲାଗିବା କାମ ଶେଷ ହେବ ବୋଲି ରେଳ ମନ୍ତ୍ରୀ କହିଛନ୍ତି ।

କୋଲକାତା-ଭଦ୍ରକ କାମ ଜୋରସୋରରେ ଚାଲିଛି । ସେହିପରି କୋଲକାତା-ଚେନ୍ନାଇ 4 ଲେନ୍ କାମ ଶୀଘ୍ର ସରିବ । ଓଡ଼ିଶାରେ ଆଗକୁ ଅନେକ ନୂଆ ଟ୍ରେନ ଗଡିବ ବୋଲି ପ୍ରେସମିଟରେ କହିଛନ୍ତି ରେଳମନ୍ତ୍ରୀ ।