ନୂଆଦିଲ୍ଲୀ,୧୬ା୭: କେନ୍ଦ୍ର କ୍ୟାବିନେଟ୍ ୩୬ଟି ଯୋଜନାକୁ ମିଶ୍ରଣ କରି ପ୍ରତିବର୍ଷ ୨୪୦୦୦ ଟଙ୍କା ବ୍ୟୟବରାଦ ସହିତ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନାକୁ ଅନୁମୋଦନ କରିଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ଘୋଷଣା କରିଛନ୍ତି। ଶକ୍ତି ନିବେଶ ପାଇଁ ସରକାର NLCILକୁ ୭୦୦୦ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି। ଏହା ବ୍ୟତୀତ ନବୀକରଣୀୟ ଶକ୍ତିରେ ନିବେଶ ପାଇଁ NTPCକୁ ୨୦୦୦୦ କୋଟି ଟଙ୍କା ମଧ୍ୟ କ୍ୟାବିନେଟ୍ରେ ଅନୁମୋଦନ କରାଯାଇଛି।
କ୍ୟାବିନେଟ ବୁଧବାର ଛଅ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଧନ-ଧନ୍ୟ କୃଷି ଯୋଜନାକୁ ଅନୁମୋଦନ କରିଛି। ଏହା ଅଧୀନରେ ପ୍ରତିବର୍ଷ ୨୪,୦୦୦କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏହା ୧୦୦ଟି ଜିଲ୍ଲାକୁ କଭର କରିବ। କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଏହି କାର୍ଯ୍ୟକ୍ରମ ୩୬ଟି ବିଦ୍ୟମାନ ଯୋଜନାକୁ ଏକାଠି କରିବ, ଫସଲ ବିବିଧତା ଏବଂ ସ୍ଥାୟୀ କୃଷି ପଦ୍ଧତି ଗ୍ରହଣ କରିବାରେ ସାହାଯ୍ୟ କରିବ।
କେନ୍ଦ୍ର କ୍ୟାବିନେଟ୍ରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ପ୍ରଦାନ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଅମଳ ପରବର୍ତ୍ତୀ ସଂରକ୍ଷଣ ବୃଦ୍ଧି କରିବ, ଜଳସେଚନ ସୁବିଧା ଉନ୍ନତ କରିବ ଏବଂ କୃଷି ଉତ୍ପାଦକତା ବୃଦ୍ଧି କରିବ। ଏହି କାର୍ଯ୍ୟକ୍ରମରୁ ୧.୭ କୋଟି ଚାଷୀ ଉପକୃତ ହେବେ ବୋଲି ଆଶା କରାଯାଉଛି।