ନୂଆଦିଲ୍ଲୀ,୨୨ ।୯: ୨୦୨୦-୨୧ ୟୁଜି ଓ ପିଜି ପାଇଁ ଆଜି ସମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା ହୋଇଛି । ସମ୍ଭାବ୍ୟ ଶିକ୍ଷାବର୍ଷକୁ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ । ମନ୍ତ୍ରୀ କହିଛନ୍ତି ଯେ, ଅକ୍ଟେବାର ୩୧ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ । ନଭେମ୍ବର ୧ରୁ ପାଠପଢା ଆରମ୍ଭ ହେବ । ମାର୍ଚ୍ଚ ୮ରୁ ୨୬ ଯାଏଁ ପ୍ରଥମ ସେମିଷ୍ଟାର ହେବ ।ସେହିପରି ଅଗଷ୍ଟ ୩୦ରୁ ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ ହେବ । ଏନେଇ ଟ୍ୱିଟ କରି ଜଣାପଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ।
In view of the COVID-19 pandemic, the Commission has accepted the Report of the Committee and approved the @ugc_india Guidelines on Academic Calendar for the First Year of Under-Graduate and Post-Graduate Students of the Universities for the Session 2020-21.
Suggested calendar? pic.twitter.com/JPYNhiWb0k
— Dr. Ramesh Pokhriyal Nishank (@DrRPNishank) September 22, 2020