fbpx

କିପରି ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ, ସୂଚନା ଦେଲେ ବାଚସ୍ପତି

ଭୁବନେଶ୍ୱର, ୨୨ା୯(ଓଡ଼ିଶା ଭାସ୍କର): କରୋନା କଟକଣା ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ସମ୍ପୂର୍ଣ୍ଣ ସଂସଦ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ । ବିଧାନସଭାର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବନାହିଁ । ବସିବା ବେଳେ ବିଧାୟକମାନେ ୪ ଫୁଟ୍ ଦୂରତା ବଜାୟ ରଖିବେ । ଦର୍ଶକ ଗ୍ୟାଲେରିରେ ବି ବିଧାୟକମାନେ ବସିବେ । ଏନେଇ ୧୪୫ଟି ଆସନ ପ୍ରସ୍ତୁତ ଅଛି । ସଂସଦ ଭଳି ବିଧାୟକଙ୍କ ସିଟ୍ ସମ୍ପୁଖରେ ମଧ୍ୟ କାଚ ଲଗାଯାଇଛି । ଯେଉଁ ବରିଷ୍ଠ ବିଧାୟକ ଆସିପାରିବେନି ସେମାନେ ଆଗରୁ ସୂଚନା ଦେବେ । ଜିଲ୍ଲା ମୁଖ୍ୟାଳୟ କିମ୍ବା ନିଜ ଘରେ କିମ୍ବା ଓକାକରେ ଭିଡ଼ିଓ କନଫରେନ୍ସରେ ବସିପାରିବେ । ଏହାସହ ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଅନୁମତି ମିଳିବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Get real time updates directly on you device, subscribe now.