fbpx

Uniform Civil Code ଏକ ନୀତିଗତ ମାମଲା, ଏ ପ୍ରସଙ୍ଗରେ କୋର୍ଟ ନିର୍ଦ୍ଦେଶ ଦେଇ ପାରିବେ ନାହିଁ: ସୁପ୍ରିମକୋର୍ଟରେ ଆଫିଡେଭିଟ୍ ଦାଖଲ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ୟୁନିଫର୍ମ ସିଭିଲ କୋଡ ମାମଲାକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହାକୁ ଲାଗୁ କରିବା ନେଇ ମାମଲା ଏବେ ସିପ୍ରିମକୋର୍ଟରେ ପହଞ୍ଚି ସାରିଛି । ଏହା ଉପରେ ଦାୟର ହୋଇଥିବା ୟାଚିକାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । କେନ୍ଦ୍ର ସରକାର ଏନେଇ ଆଫିଡେଭିଟ୍ ଦାୟର କରିବା ସହ ନିଜର ପକ୍ଷ ସ୍ପଷ୍ଟ କରିଛନ୍ତି । ୟୁନିଫର୍ମ ସିଭିଲ କୋର୍ଡକୁ ଏକ ନୀତିଗତ ମାମଲା ଦର୍ଶାଇ କୋର୍ଟ ଏହାର ଡ୍ରାଫ୍ଟ ପ୍ରସ୍ତୁତି ନେଇ ନିର୍ଦ୍ଦେଶ ଦେଇ ପାରିବେ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି ।

କେନ୍ଦ୍ର ପକ୍ଷରୁ ଦାଖଲ କରାଯାଇଥିବା ଆଫିଡେଭିଟରେ କୁହାଯାଇଛି ଯେ, ୟୁନିଫର୍ମ ସିଭିଲ କୋର୍ଡରେ ସମସ୍ତ ବ୍ୟକ୍ତିଗତ ଆଇନ ଅନ୍ତର୍ଭୁକ୍ତ ହେବ । ୨୧ତମ ଆଇନ ପ୍ୟାନେଲର କାର୍ଯ୍ୟକାଳ ସମାପ୍ତ ହେବା ପରେ ପରେ ୟୁନିଫର୍ମ ସିଭିଲ କୋଡର ବ୍ୟାବହାରିକତାର ସନ୍ଧାନକୁ ଅସ୍ଥାୟୀ ଭାବେ ରୋକା ଯାଇଥିଲା । ଚେୟାରମ୍ୟାନ ଓ ସଦସ୍ୟଙ୍କ ନିଯୁକ୍ତିର ପରେ ଏହି ପ୍ରସଙ୍ଗକୁ ୨୨ତମ ଆଇନ ପ୍ୟାନେଲଙ୍କ ସମ୍ମୁଖରେ ଉପସ୍ଥାପିତ କରାଯିବ ।

ବିଭିନ୍ନ ଧର୍ମ ଓ ସଂପ୍ରଦାୟ ସମ୍ବନ୍ଧିତ ନାଗରିକଙ୍କ ବିଭିନ୍ନ ସମ୍ପତ୍ତି ଓ ବୈବାହିକ ଆଇନର ପାଳନ କରିବା ରାଷ୍ଟ୍ରୀୟ ଏକତାର ଅପମାନ ଅଟେ । ଆଇନ ପ୍ୟାନେଲର ରିପୋର୍ଟ ଆସିବା ପରେ ହିତଧିକାରୀଙ୍କ ସହ ପରାମର୍ଶ କରାଯିବ । ନୀତିଗତ ମାମଲାର ନିଷ୍ପତ୍ତି କରିବା ସଂସଦର କାର୍ଯ୍ୟ ଅଟେ । ୟୁନିଫର୍ମ ସିଭିଲ କୋର୍ଡର ଡ୍ରାଫ୍ଟ ପ୍ରସ୍ତୁତି ନେଇ କୋର୍ଟ ନିର୍ଦ୍ଦେଶ ଦେଇ ପାରିବେ ନାହିଁ । ଏହି ମାମଲାରେ ଦାୟର ହୋଇଥିବା ୟାଚିକାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେବା ଉଚିତ ।

Get real time updates directly on you device, subscribe now.