fbpx

Aamantran Portal ଲଞ୍ଚ କଲେ କେନ୍ଦ୍ର ସରକାର: ଜାନୁଆରୀ ୨୬ରେ ପରେଡ୍ ଦେଖିବାକୁ ଆସିଲା ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ଦେଶର ଗଣତନ୍ତ୍ର ଦିବସ ଓ ସ୍ୱାଧିନତା ଦିବସ ଅବସରରେ ପରେଡ୍ ଦେଖିବାର ସୌଭାଗ୍ୟ ସମସ୍ତଙ୍କର ଭାଗ୍ୟରେ ଜୁଟି ନଥାଏ । ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ‘ଆମନ୍ତ୍ରଣ’ ପୋର୍ଟାଲ ଲଞ୍ଚ କରାଯାଇଛି । କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ଆଜି ଏହି ପୋର୍ଟାଲକୁ ଲଞ୍ଚ କରିଛନ୍ତି । ଏଣିକି ଜନସାଧାରଣ ଏହି ଦୁଇ ଦିବସର ଉତ୍ସବ ପାଇଁ ଅନଲାଇନରେ ଟିକେଟ୍ ବୁକିଂ କରିପାରିବେ ।

ଆମନ୍ତ୍ରଣ ପୋର୍ଟାଲ ମାଧ୍ୟମରେ ଦେଶର ସବୁଠାରୁ ଦୁଇଟି ବଡ଼ ସମାରୋହ ପାଇଁ ପାସ୍ ହାସଲ କରିହେବ । ଏହି ପୋର୍ଟାଲ ୟୁଜର୍ସଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଏହି ପଦକ୍ଷେପ ପରିବେଶ ଅନୁକୂଳ ହେବା ସହିତ ସରକାର ଓ ସାଧାରଣ ଜନତାଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖିବାରେ ସହାୟକ ହେବ । ଇ-ଗଭର୍ଣ୍ଣାନ୍ସର ଏକ ଅଂଶ ଭାବେ ଏହି ପୋର୍ଟାଲର ଶୁଭାରମ୍ଭ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତି ମୁତାବକ, ଆମନ୍ତ୍ରଣ ପୋର୍ଟାଲ ମାଧ୍ୟମରେ ଅତିଥିମାନଙ୍କୁ ଇ-ନିମନ୍ତ୍ରଣ ପତ୍ର ପଠାଯିବ । ଏଥିସହିତ ଏଥିରେ ଜନତାଙ୍କ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି ହେବ । ଏହି ପଦକ୍ଷେପ ଦ୍ୱାରା ଟିକେଟ କାଟିବା ପ୍ରକ୍ରିୟା ସହଜ ହେବା ସହିତ ପ୍ରିଣ୍ଟିଂ ପାଇଁ ବ୍ୟବହୃତ ହେଉଥିବା ପେପର ଖର୍ଚ୍ଚ ମଧ୍ୟ ବଞ୍ଚି ପାରିବ । ଏହି ଟିକେଟ ବିକ୍ରି ପ୍ରକ୍ରିୟା ଚଳିତ ବର୍ଷଠାରୁ ଡିଜିଟାଲରେ କରାଯିବ । ଏଥିସହିତ ସେନା ଭବନ, ଶାନ୍ତ୍ରୀ ଭବନ, ଜନ୍ତର ମନ୍ତର, ପ୍ରଗତି ମୈଦାନ ଓ ସଂସଦ ଭବନ ଆଦି କିଛି ସ୍ଥାନରେ କାଉଣ୍ଟର ଓ ବୁଥ ସ୍ଥାପନ କରାଯିବ ।

Get real time updates directly on you device, subscribe now.