fbpx

କେଜି ପ୍ରତି ମାତ୍ର ୨୫ ଟଙ୍କାରେ ଚାଉଳ ବିକ୍ରି କରିବେ କେନ୍ଦ୍ର ସରକାର: ଅଟା, ଡାଲି ପରେ ଆସୁଛି ଭାରତ ବ୍ରାଣ୍ଡ ରାଇସ୍

Advertisement

ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀର ମହଙ୍ଗା ମାଡ଼ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ପୂର୍ବରୁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ପୂର୍ବରୁ ଭାରତ ଅଟା, ଡାଲି ଲଞ୍ଚ କରାଯାଇଥିଲା । ତେବେ ଖୁବଶୀଘ୍ର ବଜାରରେ ଭାରତ ଚାଉଳ ଉପଲବ୍ଧ ହେବ । ଏହା ନିଶ୍ଚିତ ଭାବେ ସମସ୍ତ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର । ଏଣିକି ଗ୍ରାହକମାନେ ଶସ୍ତାରେ ଚାଉଳ କିଣି ପାରିବେ ।

ସୂଚନା ମୁତାବକ, କେନ୍ଦ୍ର ସରକାର କେଜି ପ୍ରତି ମାତ୍ର ୨୫ ଟଙ୍କାରେ ଚାଉଳ ବିକ୍ରି କରିବେ । ପୂର୍ବରୁ ଅଟା, ଡାଲି ଶସ୍ତାରେ ଉପଲବ୍ଧ ହୋଇଥିବା ବେଳେ ଏବେ ବଜାରରେ ଭାରତ ବ୍ରାଣ୍ଡ ରାଇସ ଗ୍ରାହକଙ୍କ ନିକଟରେ ପହଞ୍ଚିବ । ଭାରତ ଅଟା, ଭାରତ ଡାଲିର ସଫଳତା ପରେ ଏବେ ବଜାରରେ ଖୁବଶୀଘ୍ର ଭାରତ ଚାଉଳ ଉପଲବ୍ଧ ହେବ । ମହଙ୍ଗା ମାଡ଼କୁ ରୋକିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏକ ରିପୋର୍ଟ ମୁତାବକ, ଭାରତ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଭାରତ ଚାଉଳର ଶୁଭାରମ୍ଭ ବାବଦରେ ସୂଚନା ଦେଇଛନ୍ତି । ନ୍ୟାସନାଲ ଏଗ୍ରିକଲଚରାଲ କୋଅପରେଟିଭ ମାର୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ (ନାଫେଡ), ନ୍ୟାସନାଲ କୋଅପରେଟିଭ କଞ୍ଜୁମର୍ସ ଫେଡେରେସନ (ଏନସିସିଏଫ) ଓ କେନ୍ଦ୍ରୀୟ ଭଣ୍ଡାର ମାଧ୍ୟମରେ ଭାରତ ଚାଉଳ ବ୍ରାଣ୍ଡର ବିକ୍ରି କରାଯିବ ବୋଲି ଜଣାପଡ଼ିଛି । ଏହା ନିଶ୍ଚିତ ଭାବେ ସମସ୍ତଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଖୁସି ଖବର ।

Get real time updates directly on you device, subscribe now.