fbpx

ଓଡ଼ିଆରେ କଦର୍ଯ୍ୟ କରି ଲେଖାହେଲା କେନ୍ଦ୍ର ମନ୍ତ୍ରୀଙ୍କ ନାମ, ସୋସିଆଲ ମିଡିଆରେ ଭାଇରଲ ହେଲା ଫଟୋ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ ଶୁକ୍ରବାର ଦିନ ତିନି ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି। ତେବେ ସେ ସନ୍ଧ୍ୟା ୭.୫୫ ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ପରେ ସେ ରାତି ୯.୩୦ରେ ଭଗବାନ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଭ କରିବା ପାଇଁ ପୁରୀ ଯାତ୍ରା କରିବେ। ସେ ଏହି ଯାତ୍ରା ରେ AIIMS- ଭୁବନେଶ୍ୱରର ଏକ ଦଶନ୍ଧି ଯାତ୍ରା ’ପ୍ରଦର୍ଶନୀ ଉଦ୍ଘାଟନ କରିବା ବ୍ୟତୀତ ଏଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଏକ ଗୁରୁତର ଚିକିତ୍ସା ହସ୍ପିଟାଲର ମୂଳଦୁଆ ପକାଇବେ।

କେନ୍ଦ୍ର ମନ୍ତ୍ରୀ ଓଡିଶାଗସ୍ତରେ ଆସିବେ ବୋଲି ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରିବା ପାଇଁବା ବହୁ ବନ୍ଦୋବସ୍ତ କରାଯାଇଛି । ରାଜଧାନୀର ରାସ୍ତା କଡରେ ବଡ ବଡ ପୋଷ୍ଟର ଲଗାଇ ତାଙ୍କୁ ସ୍ୱକ୍ତ କରିବା ପାଇଁ ବେଶ ଆୟୋଜନ କରାଯାଇଛି । ତେବେ ଏହା ଭିତରେ ଏକ ଭଳି ଭୂଲ କରାଯାଇଛି ବାସ୍ତବରେ ବହୁ ନିନ୍ଦନୀୟ।ଭୁବନେଶ୍ୱରର ରାଜଧାନୀରେ ଯେଉଁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଯେଉଁ ପୋଷ୍ଟର ଲଗାଯାଇଛି ସେଥିରେ କେନ୍ଦ୍ରମନ୍ତ୍ରୀଙ୍କ ନାମକୁ ଭୁଲ ଲେଖାଯାଇଛି ।

ଆଉ ଏହି ଭୁଲ ଲେଖାହୋଇଥିବା ନାମ ଏବେ ସବୁ ଆଡେ ଶୋଭା ବଢ଼ାଇବା କଣ ଏହାର ଓଲଟା କାର୍ଯ୍ୟ କରୁଛି । ଯେଉଁଠାରେ ଓଡିଶାରେ ଓଡିଆ ଭାଷାର ଗୌରବ, ମର୍ଯ୍ୟଦା ବଢ଼ାଇବା ପାଇଁ ରାଜ୍ୟ ସରକାର ପ୍ରତିଫଳକରେ ଓଡିଆରେ ଲେଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ଏଠାରେ ମର୍ଯ୍ୟଦା କ୍ଷୁଣ୍ଣ ହେବା ପରି କାର୍ଯ୍ୟ ହେଉଛି ।
ଏହା ପୂର୍ବରୁ କିଛି ଦିନ ତଳେ ମଧ୍ୟ ଏହି ଭଳି ଏକ ବିଜ୍ଞାପନ ପୋଷ୍ଟରରେ ଏହି ଭଳି ଭୁଲ ଲେଖାଯାଇଥିଲା । ଯାହା ପାଇଁ ବହୁ ବିବାଦ ମଧ୍ୟ ଦେଖାଯାଇଥିଲା । ତେବେ ଏହା ପରେ ପୁଣି ଥରେ ଏହି ଭଳି କରାଯାଇଛି । ପୋଷ୍ଟର ଗୁଡିକ ଲଗାଇବା ପୂର୍ବରୁ ଏହାକୁ ଭଲ ଭାବେ ଯାଞ୍ଚ କରାଯାଉ ନଥିବାରୁ ଏଭଳି ବାରମ୍ବାର ଅସୁବିଧା ହୋଉଛି । ତେଣୁ ଏହି ଦିଗ ପ୍ରତି ସଜାଗ ରହିବା ଆବଶ୍ୟକ ଅଟେ । କେନ୍ଦ୍ର ମନ୍ତ୍ରୀଙ୍କ ଭଳି ବ୍ୟକ୍ତି ବିଶେଷଙ୍କ ନାମରେ ଯଦି ଏପରି ତ୍ରୁଟି ରହିଲା ଏହା ପାଇଁ ଓଡିଶା ସହ ଆମ ଓଡିଆ ଭାଷା ମଧ୍ୟ ଅପଦସ୍ତର ଶୀକାର ହେବ ।

Get real time updates directly on you device, subscribe now.