fbpx

ବଜେଟ୍ ନେଇ କ’ଣ ପ୍ରତିକ୍ରିୟା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ ବଜେଟ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରେସମିଟରେ ନିଜର ପ୍ରତିକ୍ରିୟା ଜଣାଇଛନ୍ତି । କେନ୍ଦ୍ର ସରକାର ବଜେଟରେ ମଣିଷ ଜୀବନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । କରୋନା ମହାମାରୀ ପରି ଭୟଙ୍କର ପରିସ୍ଥିତିରେ ମଧ୍ୟ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନବନିର୍ମାଣ ମନ୍ତ୍ର ପ୍ରଦାନ କରିଛନ୍ତି ବୋଲି ପ୍ରତାପ କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ବଜେଟରେ ସ୍ୱାସ୍ଥ୍ୟ, ଆର୍ଥିକ ଭିତ୍ତିଭୂମି, ନବସୃଜନ ଓ ଗବେଷଣାକୁ ପ୍ରୋତ୍ସାହନ ଦିଆଯାଇଛି । ବଜେଟରେ ସର୍ବନିମ୍ନ ସରକାର ଓ ସର୍ବାଧିକ ସୁଶାସନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱାସ୍ଥ୍ୟ ପାଇଁ ବଜେଟରେ ୧୩୫ ପ୍ରତିଶତ ବ୍ୟୟ ବରାଦ କରାଯାଇଛି । ଗତବର୍ଷ ୯୪ ହଜାର ୪୫୨ କୋଟି ଟଙ୍କା ସ୍ୱାସ୍ଥ୍ୟ ବଜେଟ ଥିଲାବେଳେ ଚଳିତ ବର୍ଷ ସ୍ୱାସ୍ଥ୍ୟ ବଜେଟ ୨ ଲକ୍ଷ ୨୩ ହଜାର ୮୪୦ କୋଟି ଘୋଷଣା କରାଯାଇଛି । କୋଭିଡ୍ ପରିଚାଳନା ପାଇଁ ଦେଶରେ ଦୁଇ ପ୍ରକାର ଟିକା ପ୍ରସ୍ତୁତ ହୋଇଛି । ଏହି ଟିକା ବିଭିନ୍ନ ପର୍ଯ୍ୟାୟରେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ପ୍ରଦାନ କରାଯିବ ବୋଲି ପ୍ରଦାପ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.