fbpx

ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ୫ଜି ମୋବାଇଲ ସେବା, ଏପ୍ରିଲ-ମେ’ରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମ: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ୫ଜି ମୋବାଇଲ ସେବା ଆରମ୍ଭ ହେବ । ଏହାପୂର୍ବରୁ ୨୦୨୨ ଏପ୍ରିଲ-ମେ’ ମାସରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମ ପ୍ରକିୟା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଟେଲିକମ କ୍ଷେତ୍ରରେ ସଂସ୍କାର ପାଇଁ ଭାରତ ସରକାର ସେପ୍ଟେଟମ୍ବର ମାସରେ ପ୍ରଥମ ପଦକ୍ଷେପ ନେଇଥିଲେ । ଆଗକୁ ସରକାର ଆହୁରି ଅନେକ କିଛି ସଂସ୍କାର ସମ୍ପର୍କିତ ଯୋଜନା ଆଣିବେ ।

ସେହିପରି ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ଟେଲିକମ ରେଗୁଲେଟୋରି ଷ୍ଟ୍ରକଚରରେ ପରିବର୍ତ୍ତନ ଆସିବ । ଭାରତୀୟ ଟେଲିକମ ସେକ୍ଟର ରେଗୁଲେସନକୁ ବିଶ୍ୱସ୍ତରୀୟ କରିବାକୁ ପ୍ରୟାସ କରାଯାଉଛି । ଏଥିପାଇଁ କିଛି ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି । ଆଗକୁ ମଧ୍ୟ ଅନେକ ଯୋଜନା ପ୍ରସ୍ତୁତ କରାଯିବ । ଭାରତରେ ଲୋକମାନଙ୍କୁ ବିଶ୍ୱସ୍ତରୀୟ ଟେଲିକମ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି । ୫ଜି ନେଟୱର୍କ ଆରମ୍ଭ ହେବା ସମ୍ପର୍କରେ ମଧ୍ୟ ଶ୍ରୀ ବୈଷ୍ଣବ ମତ ରଖିଛନ୍ତି । ସେ କହିଛନ୍ତି, ୫ଜି ସ୍ପେକ୍ଟ୍ରମ ନିଲାମ ଉପରେ ବର୍ତ୍ତମାନ ଟ୍ରାଇ ବିଭିନ୍ନ ବିଚାର ବିମର୍ଶ କରୁଛି । କାରଣ ଟ୍ରାଇ ହିଁ ନିଲାମ ବ୍ୟବସ୍ଥାକୁ ଦେଖାଶୁଣା କରେ । ମୁଁ ଭାବୁଛି ସେମାନେ ଫେବୃଆରୀ ମଧ୍ୟ ଭାଗ ସୁଦ୍ଧା ରିପୋର୍ଟ ଦେବେ । ଅତି ବେଶୀରେ ରିପୋର୍ଟ ମାର୍ଚ୍ଚ ସୁଦ୍ଧା ଆସିଯିବ । ଏହାପରେ ହିଁ ଆମେ ତୁରନ୍ତ ନିଲାମ ପ୍ରକ୍ରିୟା ଆରମ୍ଭ କରିବୁ । ଆଗାମୀ ସ୍ପେକ୍ଟ୍ରମ ନିଲାମ କେବେ ହେବ, ତା’ର ନିର୍ଦ୍ଦିଷ୍ଟ ତାରିଖ କହିବା କଷ୍ଟକର । ଟ୍ରାଇର ରିପୋର୍ଟ ଉପରେ ସବୁ କିଛି ନିର୍ଭର କରୁଛି । କିନ୍ତୁ ଆମେ ଏପ୍ରିଲ-ମେ’ ମାସରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମ ଡାକିବୁ ବୋଲି ଯୋଜନା କରିଛୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.