fbpx

କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ, ମାର୍ଚ୍ଚ ୮ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁଇ ସରକାରୀ ଅଧିକାରୀଙ୍କୁ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଡ଼ ମାରିବା ଘଟଣାରେ ନୂଆ ଅପଡେଟ୍ ଆସିଛି । ପୂର୍ବରୁ ଜାମିନ ପାଇଁ କେନ୍ଦ୍ରମନ୍ତ୍ରୀ ହାଇକୋର୍ଟରେ ଆବେଦନ କରିଥିଲେ । ଆଜି ହାଇକୋର୍ଟ ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଏଥିସହ ତଦନ୍ତରେ ସହଯୋଗ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ହାଇକୋର୍ଟ ଟୁଡୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଆସନ୍ତା ମାର୍ଚ୍ଚ ୪ରେ ତଦନ୍ତକାରୀ ଅଧବକାରୀଙ୍କ ନିକଟରେ ହାଜର ହେବେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ମାସ ୮ ତାରିଖରେ ହେବ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଟୁଡୁ ଗତମାସ ୨୧ ତାରିଖରେ ଜିଲ୍ଲାପାଳଙ୍କ ଅଫିସର ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ କର୍ମଚାରୀଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଦୁଇ କର୍ମଚାରୀ ଅଶ୍ୱିନୀ କୁମାର ମଲ୍ଲିକ ଓ ଦେବାଶିଷ ମହାପାତ୍ର ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ ମନ୍ତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଆଗକୁ ନିର୍ବାଚନ ଆସୁଥିବାରୁ ତାଙ୍କୁ ବଦନାମ କରାଯାଉଥିବା କହିଥିଲେ । ଏହି ମାମଲାର ତଦନ୍ତ ପାଇଁ ଅତିରିକ୍ତ ଏସପି, ସଦର ଏସଡିପିଓ ଓ ଟାଉନ ଥାନା ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ଉପଯୁକ୍ତ ପ୍ରମାଣ ମିଳିଲେ ମନ୍ତ୍ରୀଙ୍କୁ ଜେରା କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ପୂର୍ବରୁ କହିଥିଲେ ।

Get real time updates directly on you device, subscribe now.