fbpx

ଦାମଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର : ( ଓଡ଼ିଶା ଭାସ୍କର ) ଆଜି ସକାଳ ୫.୨୩ରେ ଏକ ଘରୋଇ ହସ୍ପିଟାଲରେ ବିଜୁ ଜନତା ଦଳର ନେତା ଦାମ ରାଉତଙ୍କ ପରଲୋକ ଘଟିଛି । ରାଜନୀତିରେ ଏକ ଯୁଗର ଅବସାନ ଘଟିବା କଥା କୁହାଯାଉଥିବା ବେଳେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦାମ ରାଉତଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ଘଟିଛି । ଦାମୋଦର ରାଉତ ଦେହାନ୍ତକୁ ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ।

ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ଦାମୋଦର ରାଉତଙ୍କ ବିୟୋଗ ଖବର ଶୁଣି ଦୁଃଖିତ ଓ ମର୍ମାହତ’ । ‘ଓଡ଼ିଶା ଜଣେ ସ୍ପଷ୍ଟବାଦୀ ଓ ଅନୁଭବୀ ରାଜନେତାଙ୍କୁ ହରାଇଲା’ । ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ।

Get real time updates directly on you device, subscribe now.