fbpx

(Video)୧୫ ଟଙ୍କାର ମକା ବି କେନ୍ଦ୍ରମନ୍ତ୍ରୀଙ୍କୁ ଲାଗୁଛି ମହଙ୍ଗା: କହିଲେ –‘ଏଠି ମାଗଣାରେ ମିଳୁଛି’

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ପରେ ମୁଢ଼ି, ଦହି ଆଦିରେ ଜିଏସଟି ଲାଗିଛି, ଯାହାକୁ ନେଇ ଚିନ୍ତାରେ ଜନସାଧାରଣ । ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଫଗଗାନ୍ ସିଂ କୁଲାସ୍ତେଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓଟି ମଧ୍ୟପ୍ରଦେଶର ମଣ୍ଡଳା ଅଞ୍ଚଳର ବୋଲି ଜଣାପଡିଛି । ସେଠାରେ ମନ୍ତ୍ରୀ ନିଜର କାରକୁ ଅଟକାଇ ରାସ୍ତା କଡ଼ର ପୋଡା ମକାର ମଜା ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ତେବେ ମନ୍ତ୍ରୀଙ୍କୁ ପୋଡା ମକାର ରେଟ୍ ଅଧିକ ମହଙ୍ଗା ଲାଗିଥିଲା । ଗୋଟିଏ ପଟେ ସାଧାରଣ ଜନତା ମୁଢି, ଦହି ପାଇଁ ଜିଏସଟି ଦେଉଥିବା ବେଳେ ମନ୍ତ୍ରୀଙ୍କୁ ମକା ମହଙ୍ଗା ଲାଗୁଥିବା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଏପରିକି ମକା କିଣିଲା ବେଳେ ମନ୍ତ୍ରୀ କହିଥିଲେ ଯେ, ‘ମକା ତ ମାଗଣାରେ ମିଳୁଛି ।’

କେନ୍ଦ୍ର ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଫଗଗାନ୍ ସିଂ କୁଲାସ୍ତେ ଖୋଦ୍ ଏହି ଭିଡିଓକୁ ସେୟାର କରିଛନ୍ତି । କିନ୍ତୁ ସେଚ ନିଜ ପୋଷ୍ଟରେ ମୁଦ୍ରାସ୍ଫୀତି ବିଷୟରେ କିଛି ଉଲ୍ଲେଖ କରିନାହାଁନ୍ତି । କିନ୍ତୁ ଭିଡିଓରେ ଏହା ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି । ସେଥିପାଇଁ ଏବେ ସୋସିଆଲ ଭିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ମନ୍ତ୍ରୀ କୁଲାସ୍ତେ କାରରୁ ଓହ୍ଲାଇବା ମାତ୍ରେ ମକା ଦେବାକୁ କହିଛନ୍ତି । ରେଟ୍ ପଚାରିବା ପରେ ସେ ତିନୋଟି ମକାର ଦାମ୍ ୪୫ ଟଙ୍କା ବୋଲି କହିଥିଲେ । ଅର୍ଥାତ୍ ଗୋଟିଏ ମକାର ଦାମ୍ ୧୫ ଟଙ୍କା ବୋଲି ବିକ୍ରି କରୁଥିବା ଯୁବକ ଜଣକ କହିଥିଲେ । ଏହାକୁ ନେଇ ଫାଗଗାନକହିଥିଲେ ଯେ, ‘ତୁମେ ଏତେ ମହଙ୍ଗାରେ ମକା ଦେଉଛ? ମକା ତ’ ଏଠାରେ ମାଗଣାରେ ମିଳୁଛି ।’

Get real time updates directly on you device, subscribe now.