fbpx

ଏ.ଆର୍.ରହମାନଙ୍କ ‘ମା ତୁଝେ ସଲାମ’ଗୀତ ପାଇଁ ବ୍ଲକ୍ ହୋଇଥିଲା କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଟୁଇଟର୍ ଆକାଉଣ୍ଟ୍

ନୂଆଦିଲ୍ଲୀ : ନୁତନ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଏବଂ ଟୁଇଟର୍ ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟୁଇଟର୍ ଆକାଉଣ୍ଟକୁ ଏକ ଘଣ୍ଟା ପାଇଁ ବ୍ଲକ୍ କରି ଦିଆଯାଇଥିଲା । ଆମେରିକା କପିରାଇଟ୍ ନିୟମ(ଡିଏମସିଏ) ଆଧାରରେ ଆକାଉଣ୍ଟକୁ ବ୍ଲକ୍ କରିଥିବା କୁହାଯାଇଥିଲା । ତେବେ କାଲି ପର୍ଯ୍ୟନ୍ତ ଆକାଉଣ୍ଟ ସସପେଣ୍ଡ କରିବାର ଅସଲି କାରଣକୁ ନେଇ ଦ୍ୱନ୍ଦ ଲାଗି ରହିଥିବା ବେଳେ ଆଜି ଏହାର ପ୍ରକୃତ କାରଣ ସାମନାକୁ ଆସିଛି । ମିଡିଆ ରିପୋର୍ଟ ଅନୁସାରେ, ମ୍ୟୁଜିକ୍ ଡାଇରେକଟର୍ ଏ.ଆର୍.ରହମାନଙ୍କ “ମା ତୁଝେ ସଲାମ୍” ଗୀତକୁ ସେୟାର୍ କରିଥିବାରୁ ରବିଶଙ୍କରଙ୍କ ଆକାଉଣ୍ଟ ବ୍ଲକ୍ କରିଦିଆଯାଇଥିଲା । ତେବେ କୌଣସି କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଘଟଣା ଭିତ୍ତିରେ ଏହା ହେଉଛି ପ୍ରଥମ ।

ଡିଏମସିଏ ନୋଟିସ୍ ଅନୁସାରେ, ରବିଶଙ୍କରଙ୍କ ଯେଉଁ ଟୁଇଟ୍ କୁ ନେଇ ତାଙ୍କ ଉପରେ ଆକ୍ସନ୍ ନିଆଯାଇଛି ତାହା ହେଉଛି ୨୦୧୭ ମସିହାର । ଲୁମେନ୍ ଡାଟାବେସ୍ ଦସ୍ତାବିଜ୍ ମୁତାବକ, ଡିଏମସିଏ ପକ୍ଷରୁ ଏହି ନୋଟିସ୍ ୨୪ ଜୁନରେ ଆସିଥିବା ବେଳେ ଟୁଇଟର୍ ଏହାକୁ ୨୫ ଜୁନ୍ ରେ ପାଇଥିଲା । ତେଣୁ ଆକାଉଣ୍ଟକୁ ୨୫ ଜୁନ୍ ରେ ବ୍ଲକ୍ କରିଦିଆଯାଇଥିଲା । ତେବେ ଏହି ଲୁମେନ୍ ଡାଟାବେସ୍ ହେଉଛି ଏକ ସ୍ୱତନ୍ତ୍ର ଅନୁସନ୍ଧାନ ପରିଯୋଜନା । ଯାହା ଅଧୀନରେ ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର ଉପରେ ରୋକ୍ ଲଗାଯାଉଥିବା ସବୁ ପ୍ରକାର ନିୟମାବଳୀ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.