ଗଜପତି ମହାରାଜଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି, ଜାଣନ୍ତୁ କାହିଁକି?

ପୁରୀ,୫ ।୩(ଓଡିଶା ଭାସ୍କର): ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶାଳ ସମର୍ପଣ ନିଧି ସଂଗ୍ରହ ଅଭିଯାନ ନିଜ ମାର୍ଗଦର୍ଶନରେ କରିବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି । ଏହି ଅଭିଯାନକୁ ସ୍ୱେଚ୍ଛାକୃତ ଜନ ଆନ୍ଦୋଳନ କରିବାକୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହଯୋଗ ଲଢିଛନ୍ତି ଧର୍ମେନ୍ଦ୍ର । ଏହା ସହ ଧର୍ମେନ୍ଦ୍ର ଚିଠିରେ ଲେଖିଛନ୍ତି ଯେ, ‘ପ୍ରତ୍ୟେକ ହିନ୍ଦୁ, ଓଡିଆ ଶ୍ରମ ଓ ଅର୍ଥଦାନରେ ପ୍ରଭୁଙ୍କ ସେବାର ସୁଯୋଗ ପାଇବେ । ପ୍ରାୟ ୪ କୋଟି ଓଡିଆ ମହାପ୍ରଭୁଙ୍କ ସେବା କରିବାକୁ ସୁଯୋଗ ପାଇବେ । ପ୍ରସ୍ତାବିତ ଅଭିଯାନରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ରଖିବାକୁ ଆହ୍ୱାନ ଦିଆଯାଇଛି । ଏହାର ସଫଳତା ନେଇ କେନ୍ଦ୍ର ସରକାର ସବୁ ସହଯୋଗ ପାଇଁ ଇଚ୍ଛୁକ ଅଛନ୍ତି । ମହାପ୍ରଭୁଙ୍କ ଭକ୍ତଙ୍କ ପାଇଁ ଭାରତର ଏକାଧିକ ବ୍ୟାଙ୍କ ପକ୍ଷରୁ ସମସ୍ତ ସୁବିଧା କରାଯିବ । ଏହି ପବିତ୍ର ଚେଷ୍ଟାକୁ ବଡ ସଫଳତା ଦେବାକୁ ଭାରତ ସରକାର ସହଯୋଗ କରିବେ ।’