fbpx

ଏଣିକି ଯାତ୍ରା ସମୟରେ ଟୋଲ ସାଜିବନି ବାଧା! ସ୍ୱୟଂଚାଳିତ ଭାବରେ କଟିବ ଟ୍ୟାକ୍ସ, ନିତିନ ଗଡକରୀ ଦେଲେ ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଏବେକାର ପରିବହନ ଟ୍ୟାକ୍ସ ବ୍ୟବସ୍ଥାକୁ ରଦ୍ଦ କରିବାକୁ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଘୋଷଣା କରିଛନ୍ତି । ଗୁରୁବାର ଦିନ ଏହି ସୂଚନା ଦେବାବେଳେ ସେ କହିଛନ୍ତି ଯେ, ବର୍ତ୍ତମାନଠାରୁ ଲୋକଙ୍କୁ ଟୋଲ ଟ୍ୟାକ୍ସ ଦେବାକୁ ରାସ୍ତାରେ ବିଭିନ୍ନ ସ୍ଥାନରେ ଅଟକି ରହିବାକୁ ପଡିବ ନାହିଁ, ବରଂ ଏହି ପ୍ରକ୍ରିୟା ସ୍ୱୟଂଚାଳିତ ହୋଇଯିବ ।

କେନ୍ଦ୍ର ପରିବହନ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଯିବା-ଆସିବା ସମୟରେ କିଲୋମିଟର ଅନୁଯାୟୀ ନୂଆ ବ୍ୟବସ୍ଥାରୁ ସ୍ୱୟଂଚାଳିତ ଭାବରେ ଟ୍ୟାକ୍ସ କଟିଯିବ । ଏହା ଦୁଇ ମାସ ମଧ୍ୟରେ ଆରମ୍ଭ ହୋଇପାରେ । ସଡକ ବ୍ୟବହାର ଉପରେ ଆଧାର କରି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ, ଯାହାଫଳରେ ଯାତ୍ରୀଙ୍କ ସମୟ ଏବଂ ଅର୍ଥ ସଞ୍ଚୟ ହେବ ବୋଲି ସେ କହିଛନ୍ତି ।

ଅତ୍ୟଧିକ ଟୋଲ ଟ୍ୟାକ୍ସ ଅଭିଯୋଗ ଉପରେ ଆଲୋକପାତ କରି ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ରାଜପଥରୁ ସମୟ ସଞ୍ଚୟ ହେବ ଏବଂ ଏଥିରେ ଇନ୍ଧନ ବ୍ୟବହାର ମଧ୍ୟ କମ୍ ହେବ । ଏକ ଉଦାହରଣ ମାଧ୍ୟମରେ ତାଙ୍କ ମତକୁ ବ୍ୟାଖ୍ୟା କରି ଗଡକରୀ କହିଛନ୍ତି, “ଏହା ପୂର୍ବରୁ ମୁମ୍ବାଇରୁ ପୁଣେ ଯିବାକୁ ନଅ ଘଣ୍ଟା ସମୟ ଲାଗିଥିଲା । ବର୍ତ୍ତମାନ ଏହା ଦୁଇ ଘଣ୍ଟାର ଯାତ୍ରା । ସାତ ଘଣ୍ଟା ଡିଜେଲ ସଞ୍ଚୟ ହୋଇଛି । ସ୍ୱାଭାବିକ ଭାବରେ ଆମକୁ କିଛି ଟଙ୍କା ଦେବାକୁ ପଡିବ । ଏହାର ପ୍ରତିବଦଳରେ ଆମେ ଏହାକୁ ସରକାରୀ-ବେସରକାରୀ ନିବେଶ ମାଧ୍ୟମରେ କରୁଛୁ । ତେଣୁ ଆମକୁ ମଧ୍ୟ ଟଙ୍କା ଫେରସ୍ତ କରିବାକୁ ପଡିବ ।’

Get real time updates directly on you device, subscribe now.