fbpx

ବଡ ଖବର; ପିଲାମାନଙ୍କ ପାଇଁ ଲାଗୁ ହେବ ନୂଆ ଆଇଡି ସିଷ୍ଟମ: ଆଧାର ସହ ହେବ ଲିଙ୍କ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ହେଉଥିବା ଜାଲିଆତି ଏବଂ ନକଲି କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ । ଏଣିକି ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ କରାଯିବ ଏକ ନୂତନ ଆଇଡି ସିଷ୍ଟମ । ଏହି ସିଷ୍ଟମରେ ପିଲାମାନଙ୍କୁ ସ୍ୱତନ୍ତ୍ର ୟୁନିକ ଆଇଡି କାର୍ଡ ଦିଆଯିବ ଏବଂ ଏହା ସେମାନଙ୍କ ଆଧାର କାର୍ଡ ସହ ସଂଯୋଗ କରାଯିବ ।

ତେବେ ଏଥିପାଇଁ ଆସନ୍ତା ଅଗଷ୍ଟରୁ ପିଲାମାନେ ନିଜର ପଞ୍ଜିକରଣ କରିପାରିବେ । ପଞ୍ଜିକୃତ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ୱେବସାଇଟରେ ଉପଲବ୍ଧ ରହିବ । ଫଳରେ ଶିକ୍ଷାନୁଷ୍ଠାନ ବଦଳିଲେ ମଧ୍ୟ ଏଥିରେ କୌଣସି ସମସ୍ୟା ସୃଷ୍ଟି ହେବନି । ତେବେ ରାଜ୍ୟ ବାହାରେ ମଧ୍ୟ ଯଦି ପାଠ ପଢନ୍ତି, ତେବେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ସୁବିଧା ହୋଇପାରିବ । ତେବେ ଶିକ୍ଷା କ୍ଷେତ୍ରରେ ବୃଦ୍ଧି ପାଉଥିବା ନକଲି ସାର୍ଟିଫିକେଟ ରୋକିବା ପାଇଁ ଏନଇଏଫଟି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏ ନେଇ ଏନଇଏଫଟି ଅଧ୍ୟକ୍ଷ ଅନୀଲ ସହସ୍ରବୁଧେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.