fbpx

ଜ୍ଞାନ ବାଣ୍ଟିଲେ ତାଲିବାନୀ ଶିକ୍ଷାମନ୍ତ୍ରୀ, କହିଲେ- ପିଏଚଡି, ମାଷ୍ଟର ଡିଗ୍ରୀର କୌଣସି ଭେଲ୍ୟୁ ନାହିଁ, ଏହା ବିନା ବି ଆମେ ମହାନ

Advertisement

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର ନୂତନ ସରକାରର ଗଠନ ହୋଇଯାଇଛି । ଏହି ସରକାର କେଉଁ ପରି ହେବ ଏବଂ ଏହାର ଆଭିମୁଖ୍ୟ କଣ ରହିବ ଏହାର ଝଲକ ଏବେଠୁ ଦେଖିବାକୁ ମିଳିଲାଣି । ସରକାର ଗଠନ ସହିତ ତାଲିବାନୀ ଶିକ୍ଷା ମନ୍ତ୍ରୀଙ୍କ ଏକ ଅଜବ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି, ବର୍ତ୍ତମାନ ସମୟରେ ପିଏଚଡି ଡିଗ୍ରୀ ଓ ମାଷ୍ଟର ଡିଗ୍ରୀର କୌଣସି ମହତ୍ୱ ନାହିଁ । ସେ ନିଜେ ବିନା ଡିଗ୍ରୀରେ ଏ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତାଲିବାନୀଙ୍କ ଏହି ଶିକ୍ଷା ମନ୍ତ୍ରୀ ହେଉଛନ୍ତି ଶେଖ ମୌଲବୀ ନୁରଲ୍ଲା ମୁନିର । ପିଏଚଡି ଓ ମାଷ୍ଟର ଡିଗ୍ରୀର କୌଣସି ମୂଲ୍ୟ ନାହିଁ କାରଣ ମୁଲ୍ଲାଙ୍କ ପାଖରେ ଏହି ଡିଗ୍ରୀ ନଥିଲେ ବି ସେମାନେ ଆଜି ସବୁଠୁ ମହାନ ବୋଲି ମୁନିର କହିଛନ୍ତି ।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ନୁରଲ୍ଲା ମୁନିର କହିଛନ୍ତି, ଆପଣ ଦେଖି ପାରୁଥିବେ ମୁଲ୍ଲା ଏବଂ ତାଲିବାନ ଆଜି କ୍ଷମତାରେ ଅଛନ୍ତି । ଏମାନଙ୍କ ମଧ୍ୟରୁ କାହାରି ପାଖରେ କୌଣସି ଡିଗ୍ରୀ ନାହିଁ । ପିଏଚଡି, ଏମଏ ଛାଡନ୍ତୁ ଏପରିକି ଏମାନଙ୍କ ପାଖରେ ହାଇସ୍କୁଲ ସାର୍ଟିଫିକେଟ୍ ମଧ୍ୟ ନାହିଁ । ତଥାପି ସେମାନେ ଆଜି ମହାନ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର ତାଲିବାନ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ କରିଛିି । ନୂତନ ତାଲିବାନ କ୍ୟାବିନେଟରେ ସେହି ଲୋକଙ୍କୁ ସାମିଲ କରାଯାଇଛି ଯେଉଁମାନେ ଗତ ୨୦ ବର୍ଷରେ ଆଫଗାନିସ୍ତାନରେ ଆମେରିକା ସେନା ସହ ଲଢେଇରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ । ମୁଲ୍ଲା ହସନ ଅଖୁନ୍ଦଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିବା ବେଳେ ଦୁଇ ଜଣଙ୍କୁ ଅନ୍ତରୀଣ ଉପ ପ୍ରଧାନମନ୍ତ୍ରୀ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣଙ୍କ ନାମ ମୁଲ୍ଲା ଅବଦୁଲ ଗନି ବରାଦର । ସେ ଆମେରିକା ସହ ଆଲୋଚନାରେ ତାଲିବାନର ନେତୃତ୍ୱ ନେଇଥିଲେ ।

Get real time updates directly on you device, subscribe now.