ନୂଆଦିଲ୍ଲୀ: ଅନେକ ସମୟରେ କିଛି ମହିଳାଙ୍କ ଗର୍ଭରୁ କିଛି ଅଦ୍ଭୂତ ଶିଶୁ ଜନ୍ମଗ୍ରହଣ କରିଥାନ୍ତି । କିଛି ଶିଶୁ ଜନ୍ମ ନେବାର କିଛି ଘଣ୍ଟା ବା ଦିନ ପରେ ମୃତ୍ୟୁବରଣ କରିଥିବାର ଅନେକ ଘଟଣା ପୂର୍ବରୁ ଦେଖିବାକୁ ମିଳିଥିଲା । ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶର ଆସିଛି ଏକ ଅଦ୍ଭୂତ ଘଟଣା । ୨ଟି ମୁଣ୍ଡ, ୪ଟି ହାତ, ୪ଟି ପାଦ ଓ ଗୋଟିଏ ପେଟ ଥିବା ଯମଜ ସନ୍ତାନ ଜନ୍ମ ନେଇଛନ୍ତି । ଏହ ଯମନ ସନ୍ତାନଙ୍କୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଥିବା ବେଳେ ସେମାନଙ୍କୁ ଦେଖିବାକୁ ଲୋକଙ୍କର ଭିଡ଼ ଜମିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଅନୁପପୁର ଜିଲ୍ଲାର କୋତମା ବାସିନ୍ଦା ରବି ଜୋଗୀଙ୍କ ପତ୍ନୀ ଏହି ଶିଶୁଙ୍କୁ ଜନ୍ମ ଦେଇଥିଲେ । ପ୍ରସବ ଯନ୍ତ୍ରଣା ହେବାରୁ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ସେ ଏହି ଅଦ୍ଭୂତ ଯମନ ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏହି ଶିଶୁକୁ ଦେଖି ଡାକ୍ତର ଓ ନର୍ସମାନେ ମଧ୍ୟ ଚକିତ ହୋଇଯାଇଥିଲେ । ଯମଜ ଶିଶୁଙ୍କର ଶରୀର ଯୋଡ଼ି ହୋଇ ରହିଥିବା ବେଳେ ସେମାନଙ୍କର ଗୋଟିଏ ପେଟ ରହିଛି । ଏବେ ବି ସେମାନଙ୍କର ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କୁ ଏନଆଇସିୟୁରେ ରଖାଯାଇଥିବା ଡାକ୍ତର କହିଛନ୍ତି । ଶରୀରର କୌଣସି ବିକୃତି କାରଣରୁ ଦୁଇ ଶରୀର ଯୋଡ଼ି ହୋଇ ରହିଛି ଓ ପ୍ରତି ୧ ଲକ୍ଷ ମଧ୍ୟରେ ଏଭଳି ଗୋଟିଏ ମାମଲା ସାମନାକୁ ଆସିଥାଏ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ସାଧାରଣ ଭାବେ ଏଭଳି ମାମଲା ବିରଳ ହୋଇଥିବା ବେଳେ ନବଜାତକଙ୍କୁ ସିମମ ଯମଜ ସନ୍ତାନ କୁହାଯାଇଥାଏ । ଏଥିରେ ଦୁଇଟି ଅଲଗା ଅଲଗା ଭ୍ରୁଣ ପ୍ରାଥମିକ ଅବସ୍ଥାରେ ଗର୍ଭ ମଧ୍ୟରେ ପରସ୍ପର ସହିତ ଯୋଡ଼ି ହୋଇଯିବାରୁ ଏଭଳି ସ୍ଥିତି ଦେଖାଦେଇଥାଏ । ଏଭଳି ପିଲାଙ୍କର ଜୀବନ ଆଗକୁ ବଢ଼ିବା ବଡ଼ କଷ୍ଟକର ହୋଇଥାଏ । ଅନ୍ୟପକ୍ଷରେ ମହିଳା ଜଣଙ୍କ ବିବାହର ୬ ବର୍ଷ ପରେ ଗର୍ଭଧାରଣ କରିଥିଲେ । ତାଙ୍କର ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇ ନଥିବାରୁ ନବଜାତକଙ୍କୁ ନେଇ ଏବେ ସାରା ପରିବାର ଚିନ୍ତାରେ ରହିଛନ୍ତି ।