ଭାରତର ଏହି ରାଜ୍ୟରେ କପଲ ନେଉଛନ୍ତି ଅଧିକ Divorce, ଜାଣନ୍ତୁ ଏହାର ୮ଟି କାରଣ

ଗତ କିଛି ବର୍ଷ ମଧ୍ୟରେ ଅନେକ ସହରରେ ଛାଡପତ୍ର ଆବେଦନ ତିନି ଗୁଣ ବୃଦ୍ଧି ପାଇଛି। ଭାରତରେ ସର୍ବାଧିକ ଛାଡପତ୍ର ଯେଉଁ ରାଜ୍ୟରେ ନିଆଯାଇଛି, ତାହାର ସଂଖ୍ୟା ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ...

ବେଙ୍ଗାଲୁରୁର ଏଆଇ ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା ପରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହି ଭୟଙ୍କର ପଦକ୍ଷେପ ନେବା ପୂର୍ବରୁ ସୁଭାଷ କହିଥିଲେ ଯେ ତାଙ୍କ ପତ୍ନୀ ତାଙ୍କ ବିରୋଧରେ 9 ଟି ନକଲି ମାମଲା ଦାୟର କରିଛନ୍ତି, ଯେଉଁଥିପାଇଁ ସେ ଥକ୍କି ଯାଇଥିଲା। ଛାଡପତ୍ରର ଗୋଟିଏ ମାମଲା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ | ଏଭଳି ପରିସ୍ଥିତିରେ ଛାଡପତ୍ରକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥାଏ କି – ଦମ୍ପତି କାହିଁକି ଛାଡପତ୍ର ନିଅନ୍ତି, ଆଜିର ସମୟରେ କାହିଁକି ଲୋକଙ୍କ ବିବାହ ସ୍ଥାୟୀ ନୁହେଁ ଇତ୍ୟାଦି ବିଷୟରେ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ରାଜ୍ୟରୁ ସର୍ବାଧିକ ଛାଡପତ୍ର ମାମଲା ରିପୋର୍ଟ ହୋଇଛି। ଛାଡପତ୍ରର କାରଣ ବିଷୟରେ ଆପଣ ବିସ୍ତୃତ ଭାବରେ ଜାଣିଥିବେ…

ଛାଡପତ୍ର ପାଇଁ ଏଗୁଡ଼ିକ ହେଉଛି ସବୁଠାରୁ ବଡ କାରଣ:

– ଘରୋଇ ହିଂସା ଏବଂ ପ୍ରତାରଣା
– ଅବସର ପରେ ଜୀବନର ଅର୍ଥ ପରିବର୍ତ୍ତନ ହେବା
– Empty nest ସିଣ୍ଡ୍ରୋମ |
– ନୂତନ ଆରମ୍ଭ କରିବାକୁ ଇଚ୍ଛା
– ଅନେକ ବର୍ଷର ଅପମାନ ପାଇଁ ପ୍ରତିଶୋଧ
– କଦାପି ସମ୍ମାନ ନମିଳିବା
– ଭାବପ୍ରବଣ ଏବଂ ଶାରୀରିକ ସମର୍ଥନର ଅଭାବ
– ପ୍ରେମରେ ଦ୍ୱିତୀୟ ସୁଯୋଗ

ସର୍ବାଧିକ ଛାଡ଼ପତ୍ର ହେଉଥିବା ୮ଟି ରାଜ୍ୟ:

ସର୍ଭେ ଅନୁଯାୟୀ, ଭାରତର ଏହି ୮ଟି ରାଜ୍ୟରେ ଛାଡ଼ପତ୍ର ବା ଡିଭୋର୍ସ ସଂଖ୍ୟା ସବୁଠାରୁ ଅଧିକ ବୋଲି ଜଣାପଡ଼ିଛି।

କେରଳ : କେରଳ ହେଉଛି ଦେଶର ସବୁଠାରୁ ଅଧିକ ଶିକ୍ଷିତ ରାଜ୍ୟ। ଏଠାରେ ସାକ୍ଷାରତା ହାର ଭାରତର ଅନ୍ୟ ରାଜ୍ୟଗୁଡ଼ିକଠାରୁ ଅଧିକ। କିନ୍ତୁ ଏହି ଶିକ୍ଷିତ ରାଜ୍ୟରେ ଛାଡ଼ପତ୍ର ସଂଖ୍ୟା ମଧ୍ୟ ଅଧିକ। ହୁଏତ ଏହା ହୋଇଥାଇ ପାରେ ଯେ, ସାକ୍ଷାରତା ହାର ଅଧିକ ଥିବାରୁ ଝିଅମାନଙ୍କ ମଧ୍ୟରେ ସଚେତନତା ଅଧିକ ରହିଛି। ଫଳରେ ସେମାନେ ଛାଡ଼ପତ୍ର ପାଇଁ ଖୋଲାଖୋଲି ଆବେଦନ କରିପାରୁଛନ୍ତି।

ଗୋଆ : ଗୋଆ ଏକ ଖୋଲା ସାମାଜିକ ବ୍ୟବସ୍ଥାରେ ବିଶ୍ୱାସ କରିଥାଏ। ଏହି ଭାରତୀୟ ଉପଖଣ୍ଡରେ ବିଦେଶୀମାନେ କଲୋନୀ ପ୍ରତିଷ୍ଠା କରିଥିଲେ। ସେଥିପାଇଁ ଏହା ଶିକ୍ଷା ଓ ସାମାଜିକ ଖୋଲାପଣରେ ଅନ୍ୟ ରାଜ୍ୟଗୁଡ଼ିକ ଠାରୁ ଟିକିଏ ଆଗରେ। ବୋଧହୁଏ ଏହି ଦୃଷ୍ଟିରୁ ଏଠାରେ ଝିଅମାନେ ଆଗକୁ ଆସି ଛାଡ଼ପତ୍ର ପାଇଁ ଆବେଦନ କରିବା ବୃଦ୍ଧି ପାଉଛି।

ମହାରାଷ୍ଟ୍ର : ମୁମ୍ୱାଇ ହେଉଛି ଦେଶର ଅନ୍ୟତମ ବ୍ୟାବସାୟିକ ଓ ସାଂସ୍କୃତିକ ପେଣ୍ଠସ୍ଥଳୀ। ଏହି ମେଟ୍ରୋପରିଟାନ ସହରରେ ମରାଠୀ ଲୋକ ଯେତେ ବାହାର ଲୋକ ମଧ୍ୟ ସେତେ। ଅତ୍ୟାଧୁନିକ ତଥା ଅଗ୍ରଣୀ ସାମାଜିକ ବ୍ୟବସ୍ଥାରେ ବିଶ୍ୱାସ କରୁଥିବା ଏଠାକାର ପୁଅଝିଅ ଛାଡ଼ପତ୍ର କରି ନୂଆ ଜୀବନ ବଂଚିବାକୁ ଚାହୁଁଛନ୍ତି। ଝିଅମାନେ ନିର୍ଯାତିତ ହେଲେ ମଧ୍ୟ ମୁହଁ ଖୋଲିବାକୁ ସାହସ କରୁଛନ୍ତି।

କର୍ଣ୍ଣାଟକ : ଦକ୍ଷିଣ ଭାରତର ଆଉଏକ ପ୍ରମୁଖ ରାଜ୍ୟ ହେଲା କର୍ଣ୍ଣାଟକ। ଏଠି ରହିଛି ଦେଶର ଅନ୍ୟତମ ପ୍ରମୁଖ ସହର ବେଙ୍ଗାଲୁରୁ। ଯେଉଁଠି ରହିଛି ସବୁଠାରୁ ଅଧିକ ଆଇଟି କମ୍ପାନୀ। ସାରା ଦେଶରୁ ଚାକିରି କରିବାକୁ ଯାଇ ପୁଅଝିଅ ଏଠି ରହୁଛନ୍ତି। ଏଠି ସଂସାର ତିଆରି ହେବା ଯେତେ ସହଜ ଓ ଶୀଘ୍ର, ଭାଙ୍ଗିଥାଏ ମଧ୍ୟ ସେତେ ଶୀଘ୍ର। ହୁଏତ ସେହି କାରଣରୁ ଏଠି ଛାଡ଼ପତ୍ର ସଂଖ୍ୟା ବଢୁଛି.

ଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଆଧୁନିକ ଓ ସଚେତନ ପାରିବାରିକ ଓ ସାମାଜିକ ଚଳଣୀ ପାଇଁ ହିଂସା ବିରୋଧରେ ସଚେତନତା ବୃଦ୍ଧି ପାଇଛି ଓ ସେହି କାରଣରୁ ଛାଡ଼ପତ୍ର ମାମଲା ମଧ୍ୟ ବୃଦ୍ଧି ପାଉଛି।

ତାମିଲନାଡୁ : ଏହି ପ୍ରମୁଖ ଦକ୍ଷିଣୀ ରାଜ୍ୟରେ ରହିଛି ଦେଶର ଅନ୍ୟତମ ମେଟ୍ରୋ ସହର ଚେନ୍ନାଇ। ଏହି ସଚେତନ ସହରରେ ଛାଡ଼ପତ୍ର ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

ତେଲେଙ୍ଗାନା: ଏହା ବି ଏକ ପ୍ରମୁଖ ଦକ୍ଷିଣୀ ରାଜ୍ୟ। ପରମ୍ପରା ଓ ପାରିବାରିକ ଚଳଣୀରେ ଏଠାରେ ଝିଅମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ। କୁହାଯାଉଛି କ୍ୟାରିୟରକୁ ଫୋକସ୍ କରୁଥିବା ଯୁବପିଢ଼ିଙ୍କ ଭିତରେ ଏବେ ଡିଭୋର୍ସ ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ବିବାହକୁ ସେମାନେ ଏକ ବନ୍ଧନ ବୋଲି ବିଚାର କରୁଛନ୍ତି।

ଉତ୍ତର ପ୍ରଦେଶ : ରାଜନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ଉତ୍ତର ପ୍ରଦେଶର ରହିଛି ଅନ୍ୟତମ ପ୍ରମୁଖ ସହର ଲକ୍ଷ୍ନୌ। ଏମାନେ ପାରମ୍ପରିକ ଭାବେ ରକ୍ଷଣଶୀଳ ହୋଇଥିଲେ ମଧ୍ୟ ସହରୀକରଣ ପ୍ରଭାବରେ ଧୀରେ ଧୀରେ ସଚେତନତା ବୃଦ୍ଧି ପାଉଛି ଓ ସ୍ୱାଧୀନ ଜୀବନଶୈଳୀ ଆଳରେ ଛାଡ଼ପତ୍ର ବଢୁଛି।